ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଓଗାଁରେ ଆଜି ତଥା ଅଗଷ୍ଟ ୨୮ ତରିଖ ପୂର୍ବାହ୍ନରେ ଜାତିରଜନକ ମହାତ୍ମାଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଢେଙ୍କାନାଳର ସାଂସଦ(ଲୋକସଭା) ମହେଶ ସାହୁ ଓ ଢେଙ୍କାନାଳର ବିଧାୟକ ସୁଧୀର କୁମାର ସାମଲଙ୍କ ଦ୍ୱାରା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ସରପଂଚ ଶ୍ରୀମତୀ ସାଗରିକା ସାହୁ, ସମିତି ସଭ୍ୟ ସମ୍ବିତ କୁମାର ପତି, ପରିଚାଳନା ପରିଷଦ ସଭାପତି ଗଙ୍ଗାଧର ବାରିକ ଏବଂ ନିମନ୍ତ୍ରିତ ଅତିଥି ରୂପେ ପ୍ରାକ୍ତନ ସରପଂଚ ଗୋବିନ୍ଦ ଚନ୍ଦ୍ର ପତି, ପ୍ରାକ୍ତନ ସମିତି ସଭ୍ୟ ଭାଗିରଥି ବେହେରା, ଗ୍ରାମର ବରିଷ୍ଠ ନାଗରିକ ନିରଞ୍ଜନ ପତି ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତ ବନ୍ଧୁ ହରିହର ସାହୁ, ପୁଷ୍ପଗୁଚ୍ଛ ଦେଇ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶାନ୍ତିଲତା ଦାସ, ମମତା ଦେହାରୀ, ନମିତା ପ୍ରାଣ ସାହୁ, ସଜ୍ଞା ସାଗରିକା ସ୍ୱାଇଁ, ସିଆରସିସି ଶ୍ରୀ ଶତପଥୀ, ପ୍ରାକ୍ତନ ସଭ୍ୟ ପ୍ରକାଶ ସେଠି ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି