ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସକାଳ ୯:୩୦ରୁ ଅପରାହ୍ନ ୨:୩୦ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର୍. ପୀଙ୍କି ରାଣୀ ଯୋଗଦେଇ ଉଦଘାଟିତ କରିଥିଲେ । ଏହି କାର୍ଯ୍ୟକ୍ରମଟି ମୁଖ୍ୟତଃ ୨ଟି ସେସନ୍ ରେ ବିଭକ୍ତ କରାଯାଇଥିଲା । ପ୍ରଥମ ଭାଗଟି ସକାଳ ୯:୩୦ରୁ ୧୨:୦୦ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟଟି ଅପରାହ୍ନ ୧୨:୩୦ରୁ ୨:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଭାଗରେ ମୁଖ୍ୟବକ୍ତା ଭାବେ ପ୍ରଫେସର ସଞ୍ଜୀବ ଶଙ୍କର କୋନୀ, ଜି.ଏଫ.ଏସ ୟୁନିଭରସିଟି, ଗୁଜୁରାଟ ( Expert in Cyber security ) ଓ ପ୍ରଫେସର ଜ୍ଞାନ ରଞ୍ଜନ ପାଣିଗ୍ରାହୀ, ସେଞ୍ଚୁରୀୟାନ ଓଡିଶା (Expert in Forensic science) ଯୋଗଦାନ କରିଥିଲେ । ପ୍ରଥମ ଭାଗରେ ପ୍ରଫେସର ସଞ୍ଜୀବ ଶଙ୍କର କୋନୀ ତାଙ୍କ ବକୃତା ମାଧ୍ୟମରେ ଭାରତରେ ହେଉଥିବା ବିଭିନ୍ନ ସାଇବର କ୍ରାଇମ ବିଷୟରେ ଜଣାଇଥିଲେ ଏଥି ସହିତ ଭବିଷ୍ୟତରେ ଯେପରି ସାଇବର କ୍ରାଇମର ଶିକାର ନ ହେବାପାଇଁ ଦିଗ ଦର୍ଶନ ଦେଇଥିଲେ । ଏଥି ସହିତ ପ୍ରଫେସର ଜ୍ଞାନ ରଞ୍ଜନ ପାଣିଗ୍ରାହୀଙ୍କ ଦ୍ଵାରା ଗୋଟିଏ ଛୋଟିଆ ଡେମୋ କରିଥିଲ ଯେଉଁଥିରେ କି ସେ forensic Scienceରେ କିପରି ଅପରାଧୀଙ୍କୁ ଠାବ କରାଯାଏ ସେହି ବିଷୟ ତାଙ୍କ ବକୃତା ଦେଇଥିଲେ । ଦ୍ଵିତୀୟ ଭାଗରେ ମୁଖ୍ୟବକ୍ତା ଭାବେ ଶାନ୍ତନୁ ଭୋମିକ୍, ଏସଆର ମେନେଜର, ଟାଇମ ଭୁବନେଶ୍ୱର ଓ ଅମିତ୍ ମିଶ୍ର, faculty cum trainer, ଟାଇମ ଭୁବନେଶ୍ୱର ଯୋଗାଦାନ କରି ଛାତ୍ରଛତ୍ରୀମାନଙ୍କୁ ଭବିଷ୍ୟତ ବିଷୟରେ କିଛି କହିଥିଲ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ ଅଧ୍ୟାପକ ପ୍ରଦ୍ୟୁମ୍ନ ମଧାଇ (HOD of Physics)ଙ୍କ ସମେତ ଅଧ୍ୟାପକ ମନୋରଞ୍ଜନ୍ ମହାରଣା (HOD of Botany), ଡକ୍ଟର୍ ରଜୁବାଲା ତ୍ରିପାଠୀ (HOD of Zoology) ଏବଂ ଛାତ୍ରଙ୍କ ମଧ୍ୟରୁ କୁକୁନ୍ ମିଶ୍ର, ସତ୍ୟବ୍ରତ ଦାସ, ପ୍ରୀୟଂସୁ ପ୍ରଧାନ, ବିବେକ ଆଦି ଯୋଗାଦେଇ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା