ସରକାରୀ ସୁଲଭ ମୂଲ୍ୟ ଦୋକାନରେ କିଲୋ ପିଛା ୩୬ ଟଙ୍କାରେ ଦିଆଯାଉଛି ଆଳୁ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ସହରରେ କିଛି ଦିନ ହେଲା ଖାଉଟିଙ୍କ ମଧ୍ୟରେ ହାହାକାର ପରିସ୍ଥିତି ଉପୁଜିଥିଲା । ଯାହା ବଜାରରେ ଦୋକାନୀ ଚଢା ଦରରେ ଆଳୁ କିଲୋ ପିଛା ୪୫ ରୁ ୫୦ ଟଙ୍କାରେ ବିକ୍ରି କରୁଛନ୍ତି । ତେବେ ଏଣିକି ୩୬ ଟଙ୍କାରେ ଏକ କିଲୋ ପିଛା ଆଳୁ ମିଳିବ । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ଡିଲର ମାନଙ୍କୁ ଆଳୁ ଦେବା ନିମନ୍ତେ କୁହାଯାଇଛି । ଏଥିପାଇଁ ରବିବାର ଦିନ ହିଞ୍ଜିଳିକାଟୁ ପୋୖର ପରିଷଦ ଲଷ୍ମୀବଜାର ସ୍ଥିତ ଶିବ ମନ୍ଦିର ସାମ୍ନା ରେ ଥିବା ଧର୍ମଶାଳା ରେ ଡିଲର ମାନେ ଆଳୁ ପିଛା ୩୬ ଟଙ୍କାରେ ବିକ୍ରି କରିବା ଆରମ୍ଭ କରିଛନ୍ତି । ଜଣେ ଖାଉଟିଙ୍କ ପିଛା ୨ କିଲୋ ଆଳୁ କ୍ରୟ କରିବା କଥା କୁହାଯାଇଛି । ସେମାନେ ସରକାରୀ ଖୁଚୁରା ସୁଲଭ ମୂଲ୍ୟରେ ସାଧାରଣ ଲୋକଙ୍କୁ ବିକ୍ରି କରିବେ ।ସୂଚନା ଥାଉ କି ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ବିଧ‌ିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୬ ଟଙ୍କାରେ ଯୋଗାଇ ଦେବେ । ଏହାଦ୍ୱାରା ଖାଉଟିମାନଙ୍କୁ ସୁଲଭ ଦରରେ ଆଳୁ ଉପଲବ୍ଧ କରାଇବା ସହ ସହରରେ ଆଳୁ ସଙ୍କଟ ଦୂର ହୋଇପାରିବ ବୋଲି ଖାଦ୍ୟ ଯୋଗାଣ ଅଧିକାରୀ ମତ ପ୍ରକାଶ କରିଛନ୍ତି । ଏହି ବିକ୍ରୟ କାର୍ଯ୍ୟକ୍ରମରେ ପିତାମ୍ବର ସାହୁ,ବାବୁ ସାବତ,ସଞ୍ଜୟ ଗୌଡ଼,ବ୍ରଜବନ୍ଧୁ ପଣ୍ଡା, ସୁବାସ ଚନ୍ଦ୍ର ସାହୁ,ସୀମାଞ୍ଚଳ ପାତ୍ର, ପ୍ରଦୀପ୍ତ କୁମାର ପଟ୍ଟନାୟକ, କିଶୋର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ବିକ୍ରି କରୁଛନ୍ତି।


ରିପୋର୍ଟ ରଜତ ପଟ୍ଟନାୟକ