ରାଉରକେଲା: ( ସମୃଦ୍ଧଓଡିଶା) ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪୦ତମ ବାର୍ଷିକ ଦ୍ବିଦିବସୀୟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ସଭାପତିତ୍ବ ଓ ଶାରିରୀକ ପ୍ରଶିକ୍ଷକ ପ୍ରମୋଦ କୁମାର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ରାଉରକେଲା କଲେଜର ଅଧ୍ୟକ୍ଷ ଡ଼ଃ ରବିନ୍ଦ୍ର କୁମାର ଜେନା ମୁଖ୍ୟଅତିଥି, ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ, ସମ୍ପାଦକ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, କୋଷାଧ୍ୟକ୍ଷ ଉପେନ୍ଦ୍ରନାଥ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ଡ଼ଃ ଜେନା ତାଙ୍କ ବକ୍ତବ୍ୟରେ କୁନିକୁନି ପିଲାମାନେ ଭାରତର ହୃଦୟ ଓ ଆତ୍ମା କହିବା ସହ କ୍ରୀଡା ର ଆବଶ୍ୟକତା ସମ୍ପର୍କରେ ତଥା ତ୍ୟାଗ କିପରି ମଣିଷ କୁ ଆଗକୁ ନିଏ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହା ସହ ଶକ୍ତି, ସାମର୍ଥ୍ୟ, ମୈ।ଳିକତା, ଆତ୍ମବିଶ୍ଵାସ, ଶୃଙ୍ଖଳା, ସମୟାନୁବର୍ତ୍ତିତା ଓ ସଂକଳ୍ପ ପ୍ରତି ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ଶତପଥୀ କ୍ରୀଡାର ଉପାଦେୟତା ଓ ଏଥିରେ ଓଡ଼ିଶା ତଥା ଭାରତର ଅବଦାନ, କ୍ରୀଡା ପ୍ରତି ସମର୍ପିତ ଭାବନା ସହ ଶାରିରୀକ ସୁସ୍ଥତା ଉପରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶତପଥୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ୩୪ଟି ବିଭାଗରେ ଶିଶୁ,ବାଲ ଓ କିଶୋର ବର୍ଗରେ ଦୈ।ଡ଼ ପ୍ରତିଯୋଗିତା ,ହାଇଜମ୍ପ,ଲଙ୍ଗଜମ୍ପ, ସଟଫୁଟ,ଡିସକସ ଥ୍ରୋ,ଜାଭେଲିନ୍ ଥ୍ରୋ, ଟ୍ରିପଲ ଜମ୍ପ ଆଦି ଖେଳରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ଶ୍ରେଷ୍ଠ ଖେଳାଳୀ ଭାବେ ଶିଶୁ ବର୍ଗରେ ରୁଦ୍ରଦେବ ଧାରୁଆ, ସୁଶ୍ରୀ ରଶ୍ମି ରେଖା ମଲ୍ଲିକ,ବାଲ ବର୍ଗରେ ରାଜବୀର ରାଉଳ, ଦିବ୍ୟଜ୍ୟୋତି ସାହୁ ଓ ଜ୍ୟୋସ୍ନାରାଣୀ ବାର୍ଲା, କିଶୋର ବର୍ଗରେ ଦିବ୍ୟଜ୍ୟୋତି ନାୟକ, ସୁଶ୍ରୀ ତନୟା ଓଝା ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହାସହ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ବିଭିନ୍ନ ମହାପୁରୁଷ ଓ ଦେବାଦେବୀଙ୍କ ବେଶରେ ନିଜକୁ ଉପସ୍ଥାପନ କରି ବେଶ୍ ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହ ସମ୍ପାଦକ ଦୀନବନ୍ଧୁ ରଥ, ମନୋରଞ୍ଜନ ବାରିକ, କୁଞ୍ଜବିହାରୀ ରାଉତ,ସଦସ୍ୟ ନିର୍ମଳ କୁମାର ଦାସ, ଫକୀର ମୋହନ ଏକ୍କା,ଦୁଲେଶ୍ବରୀ ମାହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିର ର ସମସ୍ତ ଗୁରୁମା, ଗୁରୁଜୀ, କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିବା ବେଳେ ସମ୍ପାଦକ ଶ୍ରୀ ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଗୁରୁମା ସନ୍ଧ୍ୟାରାଣୀ ସାମନ୍ତଙ୍କ ଶାନ୍ତି ପାଠ ସହ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।
ରିପୋର୍ଟ : ସସ୍ମିତା ପ୍ରଧାନ