

ଛତ୍ରପୁର (ସମୃଦ୍ଧ ଓଡିଶା) ରଜତ ଜୟନ୍ତୀ ବର୍ଷରେ ଛତ୍ରପୁର ଶ୍ରୀରାମ ନଗରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗଣପତି ପୂଜନ ଉତ୍ସବ ପଣ୍ଡିତ ମନୋରଞ୍ଜନ ଦାଶ ଓ କୈଳାସ ଚନ୍ଦ୍ର ଶତପଥୀଙ୍କ ପୈ।ରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଵିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରବିନ୍ଦ୍ର ନାଥ ଦାଶ କର୍ତ୍ତା ହୋଇ ସମସ୍ତ ପୂଜନ କାର୍ଯ୍ୟକ୍ରମ ସୂଚାରୁ ରୂପେ ବିଧାନ ପୂର୍ଵକ କରିଥିଲେ । ଏହି ଅଵସରରେ ବିଦ୍ୟାଳୟରେ ପୂର୍ବ ଛାତ୍ରଛାତ୍ରୀ ଏକତ୍ରୀକରଣ ସଭା ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ପରିଚାଳନା ସମିତି ସଦସ୍ୟ, ଅଭିଭାବକ, ଅଭିଭାବିକା, ପୂର୍ଵ ଛାତ୍ରଛାତ୍ରୀ, ଆଚାର୍ଯ୍ୟ, ଆଚାର୍ଯ୍ୟା ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


