ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରତ୍ୟେକ ଶିଶୁ ଆସନ୍ତାକାଲିର ଭବିଷ୍ୟତ । ଅଭିଭାବକ ତଥା ଗୁରୁଜି ଗୁରୁମା ସେମାନଙ୍କୁ ଗଠନ କରିବାପାଇଁ ସଂକଳ୍ପବଦ୍ଧ ହେବା ସଂଗେ ସଂଗେ ସେମାନଙ୍କ ନୈତିକ କର୍ତ୍ତବ୍ୟ ବୋଲି ଆଜି ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଶିଶୁ ବାଟିକା ମାତୃକର୍ମଶାଳାରେ ଯୋଗ ଦେଇ ବକ୍ତାମାନେ ମତପ୍ରକାଶ କରିଛନ୍ତି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବନବିହାରୀ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଗୌରୀଶଂକର ଦାସ, ସଂପାଦକ କପିଳେଶ୍ୱର ମହାନ୍ତି, ଶୁଭ୍ରାଂଶୁ ସେଖର ଦାସମହାପାତ୍ର, ପ୍ରଧାନ ଆଚାର୍ଯ୍ୟ ବିମ୍ବାଧର ମହାନ୍ତି ଓ ମୁଖ୍ୟବକ୍ତା ରୂପେ ଗୃହିଣୀ ତଥା ଅଭିଭାବିକା ଶୈଳବାଳା ପ୍ରଧାନ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଅଭିମୁଖ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭ ଓ ବୋଧ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଅଭିଭାବିକା ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା