ସରସ୍ୱତୀ ଶିଶୁ ମନ୍ଦିର ଗେଙ୍ଗୁଟିଆର ପ୍ରଥମ ପର୍ଯ୍ୟାୟ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସରସ୍ୱତୀ ଶିଶୁ ମନ୍ଦିର ଗେଙ୍ଗୁଟିଆର ପ୍ରଥମ ପର୍ଯ୍ୟାୟ ବନବିହାର କାର୍ଯ୍ୟକ୍ରମ ରଣପଶି ଗ୍ରାମ ନିକସ୍ଥ ନିଗମାନନ୍ଦ ମଠରେ ଗତ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କର୍ଯ୍ୟାକ୍ରମରେ ବିଦ୍ୟାଳୟର ପ୍ରାରମ୍ଭ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିଶୁ ଛାତ୍ରଛାତ୍ରୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା ବୃନ୍ଦ ଓ ମଠର କାର୍ଯ୍ୟକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ । ଶିଶୁ ଛତ୍ରଛାତ୍ରୀମାନେ ଏହି ମଠରେ ଥିବା ବଣ ଜଙ୍ଗଲକୁ ବୁଲି ଦେଖି ଆନନ୍ଦ ଅନୁଭବ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି