

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିକ୍ଷା ବିକାଶ ସମିତି, ଓଡିଶା ପକ୍ଷରୁ ୧୯ ଓ ୨୦ ତାରିଖରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପରିଚାଳିତ ଶିଶୁ ମନ୍ଦିର ମାନଙ୍କରେ ପ୍ରଧାନ ଆଚାର୍ଯ୍ୟ ମାନଙ୍କର ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକଟି ମହନ୍ତ ରାମାନନ୍ଦ ଦାଶଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ବିନୋଦ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନାଦି ପାଣିଗ୍ରାହୀ, ଡ.ଶଙ୍କର ବକ୍ସି, ଜନ୍ମେଜୟ ସାହୁ, କୁମୁଦ ରଂଜନ ଦାଶ୍, ଶ୍ରୀମତୀ ସୁଷମା ଦାଶ, ସୁରେଶ କୁମାର ସାହୁକାର, କୈଳାଶ ମୋହନ ପାଠୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ବୈଠକରେ ମୋଟ ୪୦ ଜଣ ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ । ଦ୍ୱିତୀୟ ଦିବସରେ ପାରଳା ବିଧାୟକ କେ. ନାରାୟଣ ରାଓ ଯୋଗଦେଇ ଶିଶୁ ମନ୍ଦିର ଶିକ୍ଷା ବ୍ୟବସ୍ଥାର ଭୟସୀ ପ୍ରଶଂସା କରିଥିଲେ । ଶିକ୍ଷା ବିକାଶ ସମିତି ପକ୍ଷରୁ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ସରୋଜ ପଟ୍ଟନାୟକ, ନାରାୟଣ ପାଣିଗ୍ରାହୀ ଓ ସଂଗ୍ରାମ ମହାନ୍ତି ବୈଠକ ପରିଚାଳନା କରିଥିଲେ । ସଂପାଦକ ରମେଶ ଚନ୍ଦ୍ର ସାହୁକାର ଓ ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ସଂଯୋଜନାରେ ଓ ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ବୈଠକ ସମ୍ପନ୍ନ ହୋଇଥିଲା ।
ରିପୋର୍ଟ : କୃଷ୍ଣ କୁମାର ବେହେରା
