ସରସ୍ୱତୀ ଶିଶୁ ମନ୍ଦିରରେ ସଂସ୍କୃତି ଶିକ୍ଷା ସଂସ୍ଥାନ ତରଫରୁ ଏକ ବିଶେଷ କାର୍ଯ୍ୟକ୍ରମ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବିଦ୍ୟା ଭାରତୀ ସଂସ୍କୃତି ଶିକ୍ଷା ସଂସ୍ଥାନ ତରଫରୁ ସଂସ୍କୃତି ଭବନ, କୁରୁକ୍ଷେତ୍ର ଦ୍ୱାରା ଆୟୋଜିତ ଭାରତୀୟ ନୈତିକ ମୂଲ୍ୟବୋଧର ସ୍ଥାପନର କାର୍ଯ୍ୟାଶାଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଙ୍ଘର କାର୍ଯ୍ୟକର୍ତ୍ତା ରମେଶ କୁମାର ସାହୁ ଯୋଗଦେଇ ବିଦ୍ୟାର୍ଥୀ ଜୀବନର ମୂଳଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସଫଳ ହେବ ବଦଳରେ ନିଜ ବିଦ୍ୟାର୍ଥୀ ଜୀବନ ସାର୍ଥକ କରିବାକୁ ଚେଷ୍ଟା କର ବୋଲି ନିଜ ବକ୍ତବ୍ୟରେ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ, ସହ ପ୍ରଧାନଚାର୍ଯ୍ୟ ସନ୍ତୋଷ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ବିଭିନ୍ନ ଦଳ ବିଭକ୍ତି କରି ବିଭିନ୍ନ କ୍ରିୟାକଳାପ ମାଧ୍ୟମରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତା ସହ ସମ୍ପାଦିତ ହୋଇଥିଲା ।

ରିପୋର୍ଟ : କୃଷ୍ଣ କୁମାର ବେହେରା