

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡି ଠାରେ ଆଲୋକର ପର୍ବ ଦୀପାବଳି ଶିଶୁ ଭାଇ ଭଉଣୀଙ୍କ ସହ ମିଶି ମହାଆଡମ୍ବର ସହ ପାଳନ କରାଯାଇଛି । ପ୍ରତ୍ୟେକ ବର୍ଷ ବିଦ୍ୟାଳୟରେ କିଛି ବିଷୟବସ୍ତୁକୁ ନେଇ ପାଳନ କରାଯାଇଥାଏ । ଚଳିତ ବର୍ଷର ବିଷୟବସ୍ତୁ ଥିଲା “କାଶ୍ମୀର ହାମରା ହେ”। ଗୋଟିଏ ଦୀପ ଆମ ଦେଶର ଜବାନ ମାନଙ୍କ ଉଦ୍ଦେଶ୍ୟରେ ଲଗାଇବା ପାଇଁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଶିଶୁ ଭାଇ ଭଉଣୀଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଦସ୍ୟଗଣ ଯଥା ପୂଜ୍ୟ ରାମାନନ୍ଦ ମହାରାଜା, ସମ୍ପାଦକ ରମେଶ ଚନ୍ଦ୍ର ସାହୁକାର, ଯନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ରହି ଦୀପାବଳି ପର୍ବ ପାଳନର ପୌରାଣିକ କାରଣ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା