ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତବର୍ଷ ସର୍ପଦର୍ଶନ ବହୁଳ ପରିମାଣରେ ଦେଖା ଦେଉଥିଲା ବେଳେ ଗତ ଶନିବାର ରାତ୍ରି ୨ଟା୩୦ ମିନିଟ୍ ସମୟରେ ଘରେ ଶୋଇଥିବା ଜଣେ ବିଶିଷ୍ଟ ମହିଳାଚାଷୀ ତନୁଶ୍ରୀ ଚନ୍ଦ (୨୧)ଙ୍କ ମୁୃତ୍ୟୁ ଘଟିଥିବାରୁ କୃଷକମାନଙ୍କ ମଧ୍ୟରେ ଏକ ଆଲୋଡନ ସୃଷ୍ଟି ହୋଇଛି । ଗତ ରାତ୍ରୀ ଖିଆପିଆ ସାରି ପଶ୍ଚିମବାର୍ଡ ପଂଚାୟତ ଅନ୍ତର୍ଗତ ରେଳା ଗାଁର ମୃତ୍ୟୁଞ୍ଜୟ ଚନ୍ଦଙ୍କ ସ୍ତ୍ରୀ ତନୁଶ୍ରୀ ବିଛଣାକୁ ଶୋଇବାକୁ ଯାଇଥିଲା । କିନ୍ତୁ ରାତ୍ରୀ ୨ଟା୩୦ମି ସମୟରେ ତାକୁ ସର୍ପଦଂଶନ କରିଥିବାରୁ ସେ ଚିତ୍କାର କରିଥିଲେ । ନିକଟରେ ଥିବା ତାର ସ୍ୱାମୀ ତତକ୍ଷଣାତ ଉଠି ସାପଟିକ ଠାବ କରିଥିଲେ ଏବଂ ସଂଗେ ସଂଗେ ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲ୍କୁ ଆଣିଥିଲେ । ମାତ୍ର ଚିକିତ୍ସାଧିନ ଥିବା ବେଳେ ତନୁଶ୍ରୀର ମୃତ୍ୟୁ ଘଟିଛି । ତାର ୬ମାସର ଏକ ଝିଅ ରହିଛି । ସେ ଜଣେ ଉଠିଆ ଚାଷୀଭାବେ ସେ ଅଂଚଳରେ ପରିଚିତ ଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା