ସହକାରୀ ଉଦ୍ୟାନବିତ୍ କାର୍ଯ୍ୟାଳୟରେ ତାଲା : ସାକ୍ଷାତ ନ ପାଇ ଫେରୁଛନ୍ତି ଶହ ଶହ ଚାଷୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେ ସରକାର କୃଷି ଓ ଉଦ୍ୟାନ ବିଭାଗ ଉପରେ ବ୍ୟାପକ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ମଧ୍ୟମରେ ସହୟତା ଓ ପ୍ରଶିକ୍ଷଣ ଦେଇ କୃଷକମାନଙ୍କର ଆର୍ଥୀକ ମାନଦଣ୍ଡ ବୃଦ୍ଧି କରିବାଲାଗି ତତ୍ପର ହେଉଥିବା ବେଳେ କେତେକ କର୍ମାଚାରୀଙ୍କ ଉଦାସୀନତା ଓ ହେୟଜ୍ଞାନ ଯୋଗୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଜଳେଶ୍ୱର ଠାରେ ଥିବା ଉଦ୍ୟାନ ବିଭାଗର ଉଦ୍ୟାନବିତ କାର୍ଯ୍ୟାଳୟ ଆଜି ଦିନ ୧୦ଟା ସୁଦ୍ଧା ଖୋଲାଯାଇନଥିବା ବେଳେ ବ୍ଲକର ବିଭିନ୍ନ ଅଂଚଳରୁ କୃଷକ ଓ କୃଷି ଶ୍ରମିକମାନେ କର୍ମଚାରୀଙ୍କୁ ନ ପାଇ ପ୍ରବଳ ରୌଦ୍ରତାପରେ ବାହାରେ ଅପେକ୍ଷା କରିବାର ଦେଖିବାକୁ ମିଳିଥିଲା । ଆଜି ଜଳେଶ୍ୱର ପଂଚାୟତ ସମିତି ବୈଠକ ଥିବାରୁ ଅଧିକ ଗ୍ରାମାଂଚଳର ଚାଷୀମାନେ ଏଠାରେ ସମାଗମ ହୋଇଥିବା ବେଳେ ଫାଟକରେ ତାଲା ପଡିଥିବାର ଦେଖି ଫେରିଯିବାକୁ ବାଧ୍ୟ ହୋଇଥିଲେ । ଏ ସଂପର୍କରେ ସହକାରୀ ଉଦ୍ୟାନବିତର୍କ ସହିତ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଓ ଅନ୍ୟକର୍ମଚାରୀମାନେ କାର୍ଯ୍ୟାଳୟ ତାଲା ପକାଇ ବିଭିନ୍ନ ଗ୍ରାମକୁ ବିଭାଗୀୟ କାର୍ଯ୍ୟପାଇଁ ଯାଇଥିବା କହି ଏଡାଇ ଯାଇଥିଲେ । ମାତ୍ର ଚାଷୀମାନେ ଏ ଘଟଣା ସଂପର୍କରେ ଜିଲାପାଳ ତୁରନ୍ତ ତଦନ୍ତ କରି ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାପାଇଁ ଦାବୀ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା