ସହର ତଳି ଅଞ୍ଚଳକୁ ବିଏମସିରେ ସାମିଲକୁ ବିଳମ୍ବ ଘଟୁଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକରେ କ୍ଷୋଭ ପ୍ରକାଶ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ମହାମାରୀ ଜନିତ  ଅଭାବନୀୟ ପରିସ୍ଥିତି ଏବଂ ଏଥିପ୍ରତି ଲାଗିଥିବା କଟକଣା ହେତୁ ଦୀର୍ଘ ଦିନର ପରେ ରବିବାର ଦିନ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ସ୍ୱତନ୍ତ୍ର ବୈଠକ ଗୋବିନ୍ଦ ବିହାର ସ୍ଥିତ ଶାନ୍ତି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ କାରୋନାରେ ମୃତ୍ୟୁ ବରଣ କରିଥିବା ସମସ୍ତ ବ୍ୟକ୍ତି ଏବଂ ସହିଦ୍ ହୋଇଥିବା କାରୋନା ଯୋଦ୍ଧାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯଇଥିଲା । ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସହର ତଳି ଅଞ୍ଚଳ ଏବଂ ବ୍ରହ୍ମପୁର ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ଅହେତୁକ ବିଳମ୍ବ ଘଟୁଥିବାରୁ କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ କ୍ଷୋଭ ପ୍ରକଟ କରିଥିଲେ । ନିକଟରେ ରାଜ୍ୟ ସରକାର ପୌର ଓ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ କରେଇବା ପାଇଁ ସଜବାଜ ହେଉଥିବା ବେଳେ ଏବଂ ତତ୍ ଜନିତ ପକ୍ରିୟା ଆରମ୍ଭ କରିଥିବା ବେଳେ ସହର ତଳି ଅଞ୍ଚଳକୁ ବିଏମସିରେ ସାମିଲ ନେଇ ସ୍ଥାନୀୟ ଜନ ପ୍ରତିନିଧି କିମ୍ବା ଜିଲ୍ଲା ପ୍ରଶାସନ କୌଣସି ସ୍ପଷ୍ଟ ତଥ୍ୟ ଏବଂ ଚିତ୍ର ଦେଉନଥିବାରୁ କମିଟି ଉଦବେଗ ପ୍ରକାଶ କରିଛି । ଖୁବ୍ ଶୀଘ୍ର କମିଟି କର୍ମକର୍ତ୍ତାବୃନ୍ଦ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ସାଂସଦ ଏବଂ ବିଧାୟକଙ୍କୁ ସାକ୍ଷାତ କରି ଏ ନେଇ ଆଲୋଚନା କରିବେ । ମିଶ୍ରଣ ପକ୍ରିୟା ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ସାରିବାକୁ କମିଟି ଅନୁରୋଧ କରିବ । ଆବଶ୍ୟକ ହେଲେ କମିଟି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ପଛଘୁଞ୍ଚା ଦେଇନାହିଁ ବୋଲି କମିଟି କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ଆଜିର ବୈଠକରେ ସଭାପତିଙ୍କ ସହ ଉପସଭାପତି ହରି ହର ନାୟକ, ଗୋବିନ୍ଦ ବିହାର ନାଗରିକ ପରିଷଦ ସମ୍ପାଦକ ଅନ୍ତର୍ଯ୍ୟାମୀ ବେହେରା ଏବଂ ନୀଳାଚଳ ନଗର କମିଟି ସମ୍ପାଦକ ଜବାହାରଲାଲ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ନାରାୟଣ ଚନ୍ଦ୍ର ପାଈଛା, ସୁଦର୍ଶନ ସାମଲ, ସୁଦେଶ ପାତ୍ର, ଶ୍ରୀମନ୍ତ ପାଣିଗ୍ରାହୀ, ଲକ୍ଷ୍ମଣ ପାତ୍ର ସାର୍, ବି ଭି ସାଗର, ଗରୀବ ଚନ୍ଦ୍ର ପାଣିଗ୍ରାହୀ, ତ୍ରିଲୋଚନ ଦାସ, ଅଶୋକ ପାଣିଗ୍ରାହି, ବସନ୍ତ ପଟ୍ଟନାୟକ,ବି ସି ମହାଙ୍ଗୁଡ, ସୁକାନ୍ତ ଚନ୍ଦ୍ର ସାହୁ, ଗୋପାଳ କୃଷ୍ଣ ପଣ୍ଡା, ରବୀନ୍ଦ୍ର ନାଥ ସାହୁ, ଗଣେଶ ପଟ୍ଟନାୟକ, ରାଜଶେଖର ପାଢ଼ୀ, ସୁବାଷ ପାତ୍ର, ଅମିୟ ପଟ୍ଟନାୟକ, କେ ଭୀମା ରାଓ, ପ୍ରକାଶ ପାତ୍ର , ଉମା ଚରଣ ସାହୁ, ବନମାଳୀ ସାହୁ, ଲଳିତ ରଥ, ଅନିଲ ପାଣିଗ୍ରାହୀ, ଅନିଲ ଅଧିକାରୀ, କେ. ରାମା ରାଓ ଏବଂ ଉପଦେଷ୍ଟା ପ୍ରଫେସର ଡକ୍ଟର ରଙ୍ଗନାଥ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲାପ୍ରତିନଧି ନିମାଇଁ ଚରଣ ପଣ୍ଡା