ସହରର ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନା : ଉପଜିଲାପାଳଙ୍କୁ କଲେ ଅଭିଯୋଗ ୨ ଓ ୩ ନଂ ୱାର୍ଡବାସୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲ୍ଟିର ବିଭିନ୍ନ ସ୍ଥାନରେ କୁଢ କୁଢ ମଇଳା ଓ ଆବର୍ଜନା ପଡିରହୁଥିବା ବେଳେ ସ୍ଥାନୀୟ ପ୍ରଶାସନର ସେଥିପ୍ରତି ନିଘାନାହିଁ । ଏ ସଂପର୍କରେ ଆଜି ଜଳେଶ୍ୱର ମ୍ୟୁନିସିପାଲ୍ଟିର ୨ଓ୩ ନଂ ୱାର୍ଡବାସୀ ଉପଜିଲ୍ଲାପାଳ ତଥା ପୌରପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜଳେଶ୍ୱର ରାଜ୍ୟର ପ୍ରବେଶଦ୍ୱାରା ସହର । ଏଥିରେ ୧୭ଟି ୱାର୍ଡର ୨୫ହଜାରରୁ ଉର୍ଦ୍ଧ ଜନସଂଖ୍ୟା ରହିଛି । କିନ୍ତୁ ପୌରପରିଷଦର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଠିକ୍ଭାବେ ପରିଷ୍କାର ହେଉ ନଥିବାରୁ ଜନଅସନ୍ତୋଷ ଦେଖା ଦେଇଛି । ଗତ ମାର୍ଚ୍ଚ ଶେଷ ସୁଦ୍ଧା ଟେଣ୍ଡରଧାରିଙ୍କ ସମୟସୀମା ପୁରିଯିବାରୁ ଏବେ ଦୈନିକ ମଜୁରୀ ଦ୍ୱାରା ପରିଷ୍କାର କରାଯାଉଛି । କେତେକ ନ୍ୟସ୍ତସ୍ୱାର୍ଥକାରୀ ବ୍ୟକ୍ତି ଦୈନିକ ମଜୁରିଆଙ୍କ ଦ୍ୱାରା କେତେକ ସ୍ଥାନରେ ପରିଷ୍କାର ପରିଛନ୍ନ କରି ମାଲେମାଲ ହେଉଥିବାର ଅଭିଯୋଗ ହୋଇଛି । ଏବେ ପୌରିପରିଷଦ କାର୍ଯ୍ୟକାଳ ସରିଯାଇଥିବାରୁ ଉପଜିଲାପାଳ ନିଲୁ ମହାପାତ୍ର ପୌରପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି । ପୌରପରିଷଦର ବିଭିନ୍ନ ସ୍ଥାନରେ ଏଭଳି ଅପରିଷ୍କାର ଥିବା ବେଳେ ଆଜି ୨ ନଂ ଓ ୩ନଂ ୱାର୍ଡର ଗଣେଶ ଚନ୍ଦ୍ର ମଇତି, ଅବନ୍ତି କୁମାର ପାଂଜା, ଦିଲ୍ଲିପ କୁମାର ଜେନା, ଅଶ୍ୱିନୀ କୁମାର ନାଥ, ସୁବ୍ରତ କୁ ମାର ପ୍ରଧାନ, ଲମ୍ବୋଦର ପାଳ, ଲକ୍ଷ୍ମଣ ପଣ୍ଡିତ ଆଶୁତୋଷ ବାରିକ, ହରିଶଂକର ଜେନା, ଗଣେଶ ଚନ୍ଦ୍ର ଜେନା ପ୍ରମୁଖ ଲିଖିତଭାବେ ଉପଜିଲାପାଳଙ୍କୁ ଜଣାଇଛିନ୍ତି । ଦୀର୍ଘ ୮ ମାସ ଧରି ଏହି ୨ଟି ୱାର୍ଡର ମୁଖ୍ୟ ରାସ୍ତାଗୁଡିକୁ ବାଦ୍ ଦେଇ ଗଳି ଅଂଚଳମାନଙ୍କରେ ଝାଡୁଦାରମାନେ ପରିଷ୍କାର କରୁନାହାନ୍ତି । ଏ ବାବଦରେ ବାରମ୍ବାର ଅତୀତରେ କାଉନ୍ସିଲର, ଚେୟାରମେନ୍ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରାଯାଇ ଅସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ହୋଲିଂ ଟେକ୍ସ ଦେଇଆସୁଥିବା ବାସିନ୍ଦା ମାନେ ଏହି ସମସ୍ୟାର ସମାଧାନ ଲାଗି ଅତିଷ୍ଠ ହୋଇ ଉଚ୍ଚକତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ସହରର ବିଭିନ୍ନ ନାଳନର୍ଦ୍ଦମା ଗୁଡିକ ପୋତି ହୋଇଯିବା ଫଳରେ ଘରଗୁଡିକରୁ ପାହାରୁଖିବା ଆବର୍ଜନା ପାଣି ଜମିରହି ସାଲୁବାଲୁ ପୋକ ହେବା ସହିତ ଦୁର୍ଗନ୍ଧ ବାହାରି ପରିବେଶକୁ ପ୍ରଦୋଷିତ କରୁଛି । ଆଗକୁ ବର୍ଷାଦିନ ଆସୁଥିବାରୁ ସେଥି ପ୍ରତି କତ୍ତୃପକ୍ଷ ଦୃଷ୍ଟି ନଦେଲେ ପରିସ୍ଥିତି ଅଣାୟତ୍ତର ହେବ ବୋଲି ଅଭିଯୋଗ କରାଯାଇଛି । ଏପରିକି ବିଭିନ୍ନ ସ୍ଥାନରେ ଦିଆଯାଇଥିବା ଡଷ୍ଟବିନ୍ ଗୁଡିକ ନଷ୍ଟ ହୋଇଥିବା ଫଳରେ ଅବର୍ଜନା ଗୁଡିକୁ ଗୋରୁଗାଈ ମାନେ ଖାଉଥିବାର ଦେଖାଯାଇଛି । କାର୍ଯ୍ୟାନୁଷ୍ଠାନ ନ ହେଲେ ଭବିଷ୍ୟତରେ ଆନ୍ଦୋଳନାତ୍ମାକ କାର୍ଯ୍ୟପନ୍ଥା ଅବଲମ୍ବନ କରାଯିବ ବୋଲି ସେମାନେ ଚେତନାବନୀ ଦେଇଛନ୍ତି । ଏ ସଂପର୍କରେ ପୌରପରିଷଦର ନିର୍ବାହୀ ଅଧିକାରୀ ହୃଷିକେଶ ପାଣିଙ୍କୁ ପଚାରାଯିବାରୁ ସେ କହିଲେ ୨ନଂ ଓ ୩ନଂ ୱାର୍ଡର ଗଳିରାସ୍ତା ମାନଙ୍କୁ ଆବର୍ଜନା ପରିଷ୍କାର କରାଯିବାର ବ୍ୟବସ୍ଥା ହୋଇଛି ଓ ଆଗାମୀ ଦିନରେ ଏଥିପ୍ରତି ସଜାଗ ରହିବାକୁ ଝାଡୁଦାରମାନଙ୍କୁ ପରାମର୍ଶ ଦିଅଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା