ବ୍ରହ୍ମପୁର ମଣ୍ଡଳ କାରାଗାରରେ ସହୀଦ ବୀର ଲକ୍ଷ୍ମଣ ନାୟକଙ୍କ ୧୧୯ ତମ ଜୟନ୍ତୀ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମଣ୍ଡଳ କାରାଗାରରେ ଆଜି ସହୀଦ ବୀର ଲକ୍ଷ୍ମଣ ନାୟକଙ୍କ ୧୧୯ ତମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ କାରାଗାର ପରିସରରେ ଥିବା ସହୀଦଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର ନିର୍ଦ୍ଦେଶକ ଡ଼.ହୃଷିକେଶ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ବିଡ଼ିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ଦକ୍ଷିଣାଞ୍ଚଳ କାରାଗାର ସମୂହର ଆରକ୍ଷୀ ଉପମହାନିରୀକ୍ଷକ ରଘୁନାଥ ମାଝୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ, ବ୍ରହ୍ମପୁର ମଣ୍ଡଳ କାରାଗାର କାରାପାଳ ଶଶିକାନ୍ତ ମହାଲିକ, ସାମ୍ବାଦିକ ରବି ରଥ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା