ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ବାସୀଙ୍କ ଲାଗି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନା ପରେ ଯୋଜନା କରୁଥିବାରୁ ଲୋକପ୍ରିୟତା ବୃଦ୍ଧି ପାଇ ସମଗ୍ର ଦେଶରେ ଚଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ୨୦୧୪ ସାଧାରଣ ନିର୍ବାଚନ ଠାରୁ ୨୦୧୯ ନିର୍ବାଚନରେ ଜଳେଶ୍ୱର ବିଧାନସଭା ଆସନରୁ ବିଜେଡି ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ସମଗ୍ର ଜିଲାରେ ଅଧିକ ଭୋଟ ମିଳିବା ସ୍ପଷ୍ଟ ହୋଇଛି । ଏହି ନିର୍ବାଚନରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଫଳାଫଳ ସମଗ୍ର ଓଡିଶାକୁ ପ୍ରତିଫଳିତ କରୁ ବୋଲି ଆଜି ଅପରାହ୍ନରେ ସ୍ଥାନୀୟ ଶାନ୍ତିଆ ଷ୍ଟାଡିୟମ୍ ଠାରେ ଜିଲା ବିଜେଡି ସଭାପତି ତଥା ସାଂସଦ ପ୍ରାର୍ଥୀ ଇଂ ରବିନ୍ଦ୍ର କୁମାର ଜେନା ଏଠାରେ ମତବ୍ୟକ୍ତ କରିଛନ୍ତି । ଆଜି ପୂର୍ବାହ୍ନରେ ବିଜେଡି ପକ୍ଷରୁ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ୪୯ଟି ପଂଚାୟତ ଓ ୧୭ଓତ ପୌରାଞ୍ଚଳ ୱାର୍ଡରୁ କର୍ମୀମାନଙ୍କୁ ନେଇ ଏକ ନିର୍ବାଚନୀ ସଭା ଶାନ୍ତିଆ ମିନିଷ୍ଟାଡିୟମକୁ ଆହୁତ କରାଯାଇଥିଲା । ଏହି ସଭା ପୂର୍ବରୁ ସହର ଉପକଣ୍ଠ ରାଜଘାଟ ବାଇପାସ୍ଛକଠାରୁ ଏକ ବିଶାଳ ମଟରସାଇକେଲ ଶୋଭାଯାତ୍ରାରେ ସାଂସଦ ଇଂ ଜେନା ଓ ବିଧାୟକ ଶ୍ରୀ ପାତ୍ରଙ୍କୁ ହଜାର ହଜାର କର୍ମୀ ସଭାସ୍ଥଳକୁ ପାଛୋଟି ଆଣିଥିଲେ । ନବୀନ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂର୍ପରେ ସେମାନେ ସ୍ଲୋଗାନ ମାଧ୍ୟମରେ ଜଳେଶ୍ୱର ସହର ଦେଇ ଯାଇଥିଲେ । ପରେ ଜଳେଶ୍ୱର ବିଜେଡି ଟାଉନ୍ ସଭାପତି ପ୍ରବୀର କୁମାର ପ୍ରଧାନଙ୍କ ପୌରହିତ୍ୱରେ ଅନୁଷ୍ଠିତ ସଭାରେ ସାଂସଦ ପ୍ରାର୍ଥୀ ଇଂ ରବିନ୍ଦ୍ର କୁମାର ଜେନା ଓ ବିଧାୟକ ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ବିଗତ ୫ବର୍ଷ ମଧ୍ୟରେ ଜଳେଶ୍ୱର ବାସୀଙ୍କ ସୁଖ ଦୁଃଖରେ ଯେପରି ସେମାନେ ସହଯୋଗର ହାତ ବଢାଇଥିଲେ ଠିକ୍ ସେହିପରି ଆସନ୍ତା ଏପ୍ରିଲ ୨୯ ତାରିଖରେ ହେବାକୁଥିବା ସାଧାରଣ ନିର୍ବାଚନରେ ବିଜେଡି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଂଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ନିର୍ବାଚିତ କରିବା ସଂଗେ ସଂଗେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାପାଇଁ ସେମାନେ ନିବେଦନ କରିଥିଲେ । ଏହି ସଭାରେ ବସ୍ତା ବ୍ଲକ ବିଜେଡି ସଭାପତି ତ୍ରିଲୋଚନ ବେହେରା, ରାଇବଣିଆ ନେତା ଅଜୟ ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରାଦନ କରି ବିଜେଡି ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଗାମୀ ଦିନରେ ବିପୁଳ ସମର୍ଥନ ଦେବାପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ଶିଖରପୁର ପଂଚାୟତର ପୂର୍ବତନ ସରପଂଚ ତଥା ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ମଲ୍ଲିକ, କାଳିପଦ ମହାନ୍ତି, ଚକ୍ରଧର ଭୂୟାଁ, ବନବିହାରୀ ବେହେରା, ସୁରେନ୍ଦ୍ର ଦାସ, ମୃତ୍ୟୁଞ୍ଜୟ ଜେନା, ନାମ୍ପୋ ପଂଚାୟତର ୨ନଂ ୱାର୍ଡମେମ୍ବର ଶଂକର ମୁର୍ମୁୁ, ସିପିଏମ୍ ନେତା ଉପେନ୍ଦ୍ର ପରିଡା, କୋଟସାହି ପଂଚାୟତର କଂଗ୍ରେସ ନେତା ଭଗବାନ ବେହେରା, ବିଜୟ ବେହେରା, ମନୋରଂଜନ ମହାନ୍ତି, ସନ୍ୟାସୀ ବେହେରା, ଶ୍ରୀହରୀ ବେହେରା, ହାଡିବଂଧୁ ବେହେରା, ବରେନ୍ଦ୍ର ବେହେରା ଓ ଗୋବରଘଟ୍ଟା ପାଂଚୟତର ପୂର୍ବନ ବିଜେପି ୱାର୍ଡମେମ୍ବର ମହେଶ୍ୱର ସେଠୀଙ୍କ ସହିତ ବହୁ ସମର୍ଥକ ବିଜେଡିରେ ଯୋଗ ଦେଇଥିଲେ । ଉକ୍ତ ସଭାପୂର୍ବରୁ ଜିତେନ୍ଦ୍ର ଦାସଙ୍କ ସଂଚାଳନରେ ବିନ୍ଦୁବାଳା ନନ୍ଦି, ନିତ୍ୟଗୋପାଳ ଦାସ, ପ୍ରତୀପ କୁମାର ପ୍ରଧାନ, ସେକ୍ ଅବଦୁଲ ରହିମ୍, ସାବିତ୍ରୀ ଦାସ, ମଧୁସୂଦନ ସେନାପତି, ସବିତା ଦଳେଇ, ରଂଗଲତା ଆଚାର୍ଯ୍ୟ, ମଧୁସୂଦନ ସେନାପତି, ସେକ୍ ହାଜିରୁଦ୍ଦିନ, ଆରତୀ ଦାସ, ବିଷ୍ଣୁପଦ ଦାସ ମହାପାତ୍ର, ମାନସ ଜେନା, ଯତିନ୍ଦ୍ର ମହାନ୍ତି, ଚନ୍ଦନ କର, ଭୂପତି ମିର୍ଦ୍ଦା ବକ୍ତବ୍ୟ ରଖିଥିବା ବେଳେ ବରଦାପ୍ରସନ୍ନ ପଟ୍ଟନାୟକ, ପତିତ ପାବନ ପ୍ରଧାନ, ଗୋବିନ୍ଦ ସାହୁ, ବିଜୟ କାମିଳା, ସଂଜିବ ପାଳ, ମୀର ଆବାସ ଅଲ୍ଲି, ସୁରଜିତ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରାଜେନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା