ସାଂସଦ ଲଡ଼ୁ ସ୍ୱାଇଁଙ୍କ ବିୟୋଗରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ଶୋକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଆସିକା ସାଂସଦ ତଥା କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲଡ଼ୁ ସ୍ୱାଇଁଙ୍କ ବିୟୋଗରେ ନବୀନ ଭବନ ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠାନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀ ରଥ ଲଡ଼ୁ ବାବୁଙ୍କ ସ୍ମୃତିଚାରଣ କରିବା ସହ ସେ ଜଣେ ସମାଜସେବୀ, ଦରଦୀ ନେତା, ପରୋପକାରୀ, ନିଷ୍ଠାପର ରାଜନୈତିକ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ ବୋଲି କହିଥିଲେ । ସ୍ୱର୍ଗତ ସ୍ୱାଇଁ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତା ଦଳରେ ଯୋଗଦେଇ ଜିଲାରେ ସାଂଗଠନିକ ଶକ୍ତି ବୃଦ୍ଧି କରିଥିଲେ । ତାଙ୍କ ବିୟୋଗ ନିଶ୍ଚିତ ଭାବେ କବିସୂର୍ଯ୍ୟନଗର ଓ ଆସିକା ଅଞ୍ଚଳବାସୀଙ୍କ ଅପୂରଣୀୟ କ୍ଷତି ଘଟିଲା ବୋଲି କୁହାଯାଇଛି । ଅମର ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ଼ା. ଚନ୍ଦ୍ରମଣି ସ୍ୱାଇଁ, ଡ଼ା. ଶ୍ରୀବତ୍ସ ଦଳାଇ, ସୁଶାନ୍ତ କର, ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି, ପବିତ୍ର ଚୌଧୁରୀ, ମଞ୍ଜୁ ରଥ, ଇଂ. ମାନସ ତ୍ରିପାଠୀ, ବିକାଶ ମଞ୍ଚର ଉପଦେଷ୍ଟା ଶିବ ପ୍ରସାଦ ମିଶ୍ର, ସଭାପତି ରାଜେନ୍ଦ୍ର ପଣ୍ଡା, ମେଡିକାଲ କର୍ମଚାରୀ ସଂଘ ନେତା ସୁକାନ୍ତ ମୁଖି, ଲାଲୁ ମୋହନ ବେହେରା, ସାମ୍ବାଦିକ ସୂର୍ଯ୍ୟ ନାରାୟଣ ବେହେରା, ପ୍ରଦୀପ କର ପ୍ରମୁଖ ବହୁ ସାହିତି୍ୟକ, କବି, ଲେଖକ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା, ରବି ରଥ