
ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଥମ ଥର ଡିଜିଟାଲ କ୍ଲାସର ଶୁଭାରମ୍ଭ ହୋଇଯାଇଛି । ଗୁରୁକୁଳ ଅଧକ୍ଷ ଅଜିତ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସିଧାସଳଖ ଶ୍ରେଣୀରେ ଥିବା ଡିଜିଟାଲ ସ୍କ୍ରିନରେ ପାଠପଢା ଯିବା ସହ ୱେବ ଡ଼ାଉନଲୋଡିଙ୍ଗ ଓ ଇ-ଲରନିଂ ଭଳି କାର୍ଯ୍ୟ କରିହେବ । ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରମୋଦ ସ୍ୱାଇଁ ଏହି ତାଲିମ ପ୍ରଦାନ କରିଥିଲେ ।