
ଢେଙ୍କାନାଳ (ସମୃଦ୍ଧ ଓଡିଶା) ସାଇ ପରିବାର ପିଙ୍ଗୁଆ ତରଫରୁ ସମାଜସେବୀ ଜ୍ଞାନ ରଂଜନ ସିଂହ(ସିପୁ) ଏବଂ ସମସ୍ତ ସଦସ୍ୟ ସ୍ଥାନୀୟ ଅଞ୍ଚଳର ଥିବା ଆଦିବାସୀ ଗରିବ ଖଟିଖିଆ ଦିନ ମଜୁରିଆଙ୍କ ପରିବାର ପାଖରେ ପହଞ୍ଚି ସେମାନଙ୍କୁ ଶୁଖିଲା ଖାଦ୍ୟ, ବିସ୍କୁଟ, ସାବୁନ୍ ଦେବା ସହ ସଚେତନ କରି ପୁରା ଲକଡାଉନ ଥିବା ପର୍ଯ୍ୟନ୍ତ ସେମାନଙ୍କୁ ଖାଇବା ପିଇବା ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବା ସହ ଆଗକୁ ସାହାଯ୍ୟ ସହଯୋଗ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏହି ମହତ୍ କାର୍ଯ୍ୟରେ ସାଇ ପରିବାର ପିଙ୍ଗୁଆର ସଦସ୍ୟମାନେ ସାମିଲ ହୋଇ ସମାଜ ପାଇଁ ଏକ ଉଦାହରଣ ତିଆରି କରିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି