ସାଇ ସୋସିଏଲ ସର୍ଭିସ ସଂସ୍ଥାର ରକ୍ତଦାନ ଶିବିର : ୭୧ ୟୁନିଟ୍ ରକ୍ତ ସଂଗୃହିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ନାମ୍ପୋର ହସ୍ପିଟାଲ ପରିସରରେ ସାଇ ସୋସିଆଲ ସର୍ଭିସ ସଂସ୍ଥା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ରକ୍ତଦାନ ଶିବିରକୁ ସଭାପତି ଶଶିଶେଖର ଜେନା ଉଦ୍ଘାଟନ କରିଥିଲେ । ଆୟୋଜିତ ସଭାରେ ଶ୍ରୀଜେନା ଅଧ୍ୟକ୍ଷତା କରିଥିଲା ବେଳେ ମୁଖ୍ୟ ଅତିଥିଭାବେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ଆଜିର ଦିନରେ ରକ୍ତର ଆବଶ୍ୟକତା ଏବଂ ରକ୍ତର ବିକଳ୍ପ ନ ଥିବା କହିଥିଲେ । ସମ୍ମାନୀତ ଅତିଥିଭାବେ ସୁଧିର କୁମାର ଜେନା, ଯାମିନୀକାନ୍ତ ଦତ୍ତ, ଚନ୍ଦ୍ରଶେଖର ଚନ୍ଦ, ବିକ୍ରମ ଚନ୍ଦ୍ର ଦେ, ସେକ୍ ସାଦ୍ଦିକ, ସେକ୍ ତଇରୁ, ରବିନ୍ଦ୍ର ଦାସ, ପଶୁପତି ଜେନା, ସୁଶାନ୍ତ ଦାସ ଅଧିକାରୀ, ଅକ୍ଷୟ ଜେନା, ସ୍ନେହଲତା ପଣ୍ଡା ଓ ଗୋପାଳକୃଷ୍ଣ ଜେନା ପ୍ରମୁଖ ଯୋଗ ଦେଇଥିଲେ । ସଂପାଦିକା ଲୋପାମୁଦ୍ରା ଦାସ ବିବରଣୀ ପାଠ କରିଥିବା ବେଳେ ସଦସ୍ୟ ଅରୁଣ କୁମାର ରାଉଳ ସ୍ୱାଗତ ଅଭିଭାଷଣ ରଖିଥିôଲେ । ସଂସ୍ଥାର ସଦସ୍ୟ ବାବମଣି ଦାସ, ନିର୍ମଳ ରଣା, ଉମାକାନ୍ତ ଭୂୟାଁ, ଅବିନାଶ ଜେନା, ସଂଗ୍ରାମ ରାଉଳ, ତାପସୀ ରାଉଳ, ଅର୍ଚ୍ଚନା ରାଉଳ, କଳ୍ପନା ଜେନା, ମାନସ ଭୂୟାଁ, ସୁକୁମାରେ ମୁର୍ମୁ, ନରେଶ ଦାସ ଓ କପିଳ ଚନ୍ଦ୍ର ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ମୋଟ ୭୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ବାଲେଶ୍ୱର ବ୍ଲକଡ ବ୍ୟାଙ୍କର କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା