ଜଳେଶ୍ୱର (ସମୃଦ୍ଧ ଓଡିଶା) ନାମ୍ପୋସ୍ଥିତ ସାଇ ସୋସିଏଲ ସର୍ଭିସ୍ ଅର୍ଗାନାଇଜେସନ ପକ୍ଷରୁ ପରିବେଶ ସମ୍ପର୍କୀୟ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଅଂଚଳରେ ଚାଲୁଥିବାରୁ ଗତ ସୋମବାର ସଂସ୍ଥା ପକ୍ଷରୁ ଖୁଲୁଡା ଶୀତଳା ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସଂଗଠନର ସଭାପତି ଶଶୀ ଶେଖର ଜେନା, ସଂପାଦିକା ଲୋକାମୋଦ୍ରା ଦାସ, ଉପଦେଷ୍ଟା ଅରୁଣ କୁମାର ରାଉଳ, ସଂଗ୍ରାମ ରାଉଳ, ତାପସୀ ରାଉଳ, ଅର୍ଚ୍ଚନା ରାଉଳ, କଳ୍ପନା ଜେନା, ଉମାକାନ୍ତ ଭୂୟାଁ, ମାନସ ଭୂୟାଁ, କପିଳ ଦାସ, ନରେଶ ଦାସ, ଅବିନାଶ ଜେନା, ନିର୍ମଳ ରଣା, ସୁକୁମାର ମୁର୍ମୁୁ ପ୍ରମୁଖ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ରଜନୀ ହାଁସଦା, ଶିକ୍ଷକ କମଳ ଲୋଚନ ରଣା, ସଂଜୟ ଗିରି, ସଂଜୟ ପାକଳ, ସନ୍ତୋଷ ପାତ୍ର, ଅମର ମହାନ୍ତି, କମଳାକାନ୍ତ ସାମଲଙ୍କ ସମେତ ଏସ୍ଏମ୍ଡିସି ସଭ୍ୟ ଜ୍ୟୋତିର୍ମୟ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ରିପୋର୍ଟ : ଭୁପିତ କୁମାର ପରିଡା