




ଛତ୍ରପୁର(ସମୃଦ୍ଧଓଡିଶା) ଗଞ୍ଜାମ ପୋଲିସ ଜିଲ୍ଲାର ମୁଖ୍ୟାଳୟ ଛତ୍ରପୁରଠାରେ ବିଦ୍ୟାର୍ଥୀଙ୍କୁ ନେଇ ସାଇବେର କ୍ରାଇମ ଅପରାଧ ନିରୋଧ ସମ୍ପର୍କିତ ଏକ ସଚେତନତାର ଶେଷ ରାଲି ବାହାରିଥିଲା । ସାଇବେର କ୍ରାଇମ ରୋକିବା ନିମନ୍ତେ ଶନିବାର ଅନୁଷ୍ଠିତ ଏହି ସଚେତନତା ରାଲିରେ ଛତ୍ରପୁରର ପ୍ରତିଭା ଆବାସିକ ମହାବିଦ୍ୟାଳୟର ବିଦ୍ୟାର୍ଥୀମାନେ ଅଂଶଗ୍ରହଣ କରିଥିଲେ । ଏହି ସଚେତନତା ରାଲି ର ଶେଷ ରଜନୀରେ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଛତ୍ରପୁର ଲୱେର ବସଷ୍ଟାଣ୍ଡ ଠାରୁ ମିନି-ଷ୍ଟାଡିୟମ ପର୍ଯ୍ୟନ୍ତ ବାହାରି ରାଲି ର ପରିସମାପ୍ତି ହୋଇଥିଲା । ମିନି-ଷ୍ଟାଡିୟମରେ ଶନିବାର ସନ୍ଧ୍ୟାର ଶେଷ ରଜନୀରେ ସମ୍ମିଳିତ ଏହି କାର୍ଯ୍ୟକ୍ରମରେ ଡ଼ିଜିଟାଲ ପ୍ରୋଜେକ୍ଟର ମାଧ୍ୟମରେ ଭିଡ଼ିଓ ପ୍ରଦର୍ଶନୀ ଏବଂ ଏକାଙ୍କିକା ନାଟକ ପରିବେଷିତ ହୋଇଥିଲା । ଯାହାକି ମୋବାଇଲ ଓ ଇଣ୍ଟେରନେଟ୍ ଯୋଗେ ହେଉଥିବା ସାଇବର କ୍ରାଇମର ପରିଣାମ ଓ ଏହାକୁ ରୋକାଯିବା ନିମନ୍ତେ ସଚେତନତାର ବାର୍ତ୍ତା ଦିଆଯାଇ ଏହା ଯେପରି ଜନ ସମାଜକୁ ପ୍ରଚାରିତ ହେବ ସେ ସମ୍ପର୍କରେ ବିଦ୍ୟାର୍ଥୀ ଓ ଉପସ୍ଥିତ ବୁଦ୍ଧିଜୀବୀଙ୍କୁ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଏସପି ଜଗମୋହନ ମୀନା ଅଧ୍ୟକ୍ଷତା କରିଥିଲେ । ସାଇବର କ୍ରାଇମ ବିଭାଗର ନୋଡ଼ାଲ ଅଫିସର ରଞ୍ଜିତ କୁମାର ପୃଷ୍ଟି ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ବରିଷ୍ଠ ପୋଲିସ ଅଧିକାରୀ ମାନସରଞ୍ଜନ ମହାନ୍ତି,ଛତ୍ରପୁର ଥାନାଧିକାରୀ ନିରୋଦ କୁମାର ଦାସ ପ୍ରମୁଖ ବହୁ ପୋଲିସ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ଛତ୍ରପୁରର ବରିଷ୍ଠ ନାଗରିକ, ରୋଟାରୀୟାନ ସଦସ୍ୟଗଣ ପ୍ରମୁଖ ଯୋଗଦାନ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା