ସାନଖେମୁଣ୍ଡି ବ୍ଲକ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଦିବାସୀ ମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ପାନୀୟଜଳ ସମସ୍ୟାର ସମାଧାନ ସହ ଆଦିବାସୀଙ୍କ କୃଷି କ୍ଷେତ୍ରରେ ବିକାଶ ପାଇଁ ସରକାର ଓ ପ୍ରଶାସନିକ ସ୍ଥରରେ ଗୁରୁତ୍ୱ ଦିଆଯାଉଛି । ଜଙ୍ଗଲ ସୁରକ୍ଷା ସହ ଆଦିବାସୀମାନେ ପାରମ୍ପରିକ କୃଷି କ୍ଷେତ୍ରରେ ନିଜକୁ ନିୟୋଜିତ କରି କୃଷି ଉଦ୍ୟାନ କୃଷି ମୃତ୍ତିକା ସଂରକ୍ଷଣ ବିଭାଗ ସହ ସମନ୍ୱୟ ରଖି କୃଷି କ୍ଷେତ୍ରରେ ଅଧିକ ସୁଫଳ ପାଆନ୍ତୁ ବୋଲି ଜିଲ୍ଲପାଳ ବିଜୟ ଅମୃତ କୁଲାଙ୍ଗେ ଗଞ୍ଜାମ ଜିଲ୍ଲା ଶବର ସମାଜ କଲ୍ୟାଣ ସମିତି ପକ୍ଷରୁ ଆୟୋଜିତ ଜିଲ୍ଲା କୃଷକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସାନଖେମୁଣ୍ଡି ବ୍ଲକ ଜୀଉରା, ଆଡ଼ପଡା, ରାଧାଦେଇପୁର, ଏରେଣ୍ଡରା, ପୋଡାମାରୀ ପଞ୍ଚାୟତ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ । ତତସହିତ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମନଗର ଠାରେ ଭାସ୍କର ଶବରଙ୍କ ସଭାପତିତ୍ବରେ ଆୟୋଜିତ ସମ୍ମିଳନୀ ପୂର୍ବରୁ ଜିଲ୍ଲାପାଳ ଶ୍ରୀରାମନଗର ଗ୍ରାମ୍ୟରାସ୍ତାର ଉଦଘାଟନ କରିଥିଲେ । ପାରମ୍ପରିକ ଆଦିବାସୀ ନୃତ୍ୟର ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କୁ ଗ୍ରାମ୍ୟପରିକ୍ରମା କରାଯାଇଥିଲା । ସାନଖେମୁଣ୍ଡି ସୋରଡ଼ା ଧରାକୋଟ ଦିଗପହଣ୍ଡି କୋଦଳା ବେଗୁନିଆପଡା ଖଲିକୋଟ ପାତ୍ରପୁର ଚିକିଟି ପ୍ରଭୃତି ଜିଲ୍ଲାର ୯ଟି ବ୍ଲକରୁ ୫ ହଜାରରୁ ଉର୍ଦ୍ଧ୍ୱ ଆଦିବାସୀ ମହିଳା ପୁରୁଷ ଯୁବକ ମାନେ ସମାବେଶରେ ଯୋଗ ଦେଇଥିବା ବେଳେ ଆଦିବାସୀଙ୍କ କୃଷକ ସମାବେଶରେ ପ୍ରଶାସନ ଓ ସମସ୍ତ ବିଭାଗ ଆଦିବାସୀଙ୍କ ବିକାଶ ପାଇଁ ପ୍ରତିଶୃତିବଦ୍ଧ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଶବର ସମାଜ ସର୍ବୋଚ୍ଚ ସଭାପତି ଝାମ୍ପୁରା ରଇତ, ସମ୍ମାନିତ ଅତିଥି ଜିଲ୍ଲା କୃଷି ଅଧିକାରୀ ଭାସ୍କର ପାଢ଼ୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସଂକର୍ଷଣ ପଟନାୟକ, ତହସିଲଦାର ଡ଼. ଶ୍ରୀନିବାସ ବେହେରା, ବିଡ଼ିଓ ଗାୟତ୍ରୀଦତ୍ତ ନାୟକ, ଶବର ସମାଜ ସମ୍ପାଦକ କୃଷ୍ଣଚନ୍ଦ୍ର ଗମାଙ୍ଗ, ମାର୍ଗଦର୍ଶକ ଅରକ୍ଷିତ ମଣ୍ଡଳ, ଦମ୍ବୁରୁଧର ମଣ୍ଡଳ, ଜିଲ୍ଲାମୃତ୍ତିକା ସଂରକ୍ଷଣ ଅଧିକାରୀ ଜିଲ୍ଲା ଉଦ୍ୟାନକୃଷି ଉପନିର୍ଦ୍ଦେଶକ ସରପଞ୍ଚ ମଙ୍ଗଳା ଗମାଙ୍ଗ, ମଣ୍ଡଳୀ ସମ୍ପାଦକ ରେଡ଼ିକା ଜାନି, ଚିକିଟି ବିଡ଼ିଓ ଫାଲଗୁନି ମାଝୀ, ପାତ୍ରପୁର ବିଡ଼ିଓ ପ୍ରକାଶ କୁମାର ଦାସ, ଧରାକୋଟ ବିଡ଼ିଓ ଅନିଲ କୁମାର ପଟନାୟକ, ସୋରଡ଼ା ବିଡ଼ିଓ ସିମାଞ୍ଚଳ ମଣ୍ଡଳ, ଖଲିକୋଟ ବିଡ଼ିଓ ମିତାଲି ପାତ୍ର, ଦିଗପହଣ୍ଡି ବିଡ଼ିଓ ହଳଧର ଶବର ପ୍ରମୁଖ ଯୋଗଦେଇ ଆଦିବାସୀ ସମାଜର କୃଷି ସମସ୍ୟା ସମ୍ପର୍କୀୟ ଆଲୋଚନା କରିଥିଲେ । ଜିଲ୍ଲା କର୍ମକର୍ତ୍ତା ସୁନ୍ଦର ଗମାଙ୍ଗ, ତବତ ମଣ୍ଡଳ, ଗୌରଚନ୍ଦ୍ର ମଣ୍ଡଳ, ଶ୍ୟାମ ଗମାଙ୍ଗ, ମଙ୍ଗୁଳୁ ଜାନି, ଡମ୍ବରୁ ରଇତ, ଦଣ୍ଡପାଣି ମଣ୍ଡଳ, କୁମାରୀ ଗମାଙ୍ଗ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ମତ ଦେବା ସହ ପରିଚାଳନା କରିଥିଲେ ।