ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସମାଜସେବୀ ମଙ୍ଗୁଳୁ ପାତ୍ରଙ୍କ ନେତୃତ୍ୱରେ ସାନଖେମୁଣ୍ଡି ବ୍ଲକର ଚୁଡ଼ୁଙ୍ଗପୁରରୁ ଏକ ବିରାଟ ବାଇକ ରାଲି ସାହାସପୁର ହାଟପଦା, ମହାନଳା, ପାଟପୁର ଗାନ୍ଧି ଛକ ଓ ପଳାସପୁର ଛକ ନିକଟସ୍ଥ ସମାବେଶ ସ୍ଥଳରେ ପହଞ୍ଚିଥିଲା । ସେଠାରେ ଅଫିସ କାର୍ଯ୍ୟାଳୟକୁ ମଙ୍ଗୁଳୁ ଉଦଘାଟନ କରିଥିଲେ ଓ ଶୁଭେଚ୍ଛୁଙ୍କ ଗହଣରେ କେକ୍ କାଟିଥିଲେ । ବହୁ ସଂଖ୍ୟକ ଶୁଭେଚ୍ଛୁ ମଙ୍ଗୁଳୁଙ୍କୁ ଏ ଅଂଚଳର ନେତୃତ୍ୱ ନେବା ପାଇଁ ବିଜେଡ଼ି ସୁପ୍ରିମୋଙ୍କୁ ନିବେଦନ କରିବାକୁ ଦାବି କରିଥିଲେ । ଅନ୍ୟପକ୍ଷେ ଶୁଭେଚ୍ଛୁମାନେ କହିଥିଲେ ଯେ, ମଙ୍ଗୁଳୁ ସାନଖେମୁଣ୍ଡିର ପଛୁଆ ଅଂଚଳରୁ ଆସିଥିବା ବେଳେ ସେ ସାନଖେମୁଣ୍ଡିର ନେତୃତ୍ୱ ନେଲେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟଗୁଡ଼ିକ ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରିବ । ଅନ୍ୟପକ୍ଷରେ ଶ୍ରୀ ପାତ୍ର ସାନଖେମୁଣ୍ଡିର ବିକାଶ ମୋର ଏକମାତ୍ର ଲକ୍ଷ୍ୟ ବୋଲି କହି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶୁଭେଚ୍ଛୁ ଓ କର୍ମୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା