ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ଏନଏସି ଅନ୍ତର୍ଗତ ଓଡିଶା ଢାମଣା ସାହିର ଜୈନେକ ମହିଳା ସୁବାସିନୀ ବାଡ଼ତ୍ୟା (୬୦) ଗଛରୁ ଫୁଲ ତୋଳୁଥିବା ସମୟରେ ଏକ ବିଷଧର ସର୍ପ କାମୁଡି ଦେଇଥିଲା ଫଳରେ ସେ ଗୁରୁତର ହୋଇଯାଇଥିଲେ । ପ୍ରଥମେ ଗଞ୍ଜାମ ମିଡ଼ିକାଲରେ ଭର୍ତ୍ତି କରାଯାଇଥିଲା ପରେ ଛତ୍ରପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ପାଠ ଯାଇଥିଲା ଶବ ବ୍ୟବଚ୍ଛେଦ ପରେ ଶବ ଦାହ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ସୁବାସିନୀଙ୍କ ସ୍ୱାମୀ ଅରକ୍ଷିତଙ୍କ ପୂର୍ବରୁ ମୃତ୍ୟୁ ବରଣ ହୋଇଯାଇଥିବା ବେଳେ ପରିବାରର ସମସ୍ତ ଦାୟିତ୍ୱ ଲାଳନପାଳନ ଓ ପରିବାର ଚଲେଇବା ନିମନ୍ତେ ସେ ଏକ ପନିପରିବା ଦୋକାନ କରି ପରିବାର ଚଳାଉଥିଲେ ତାଙ୍କର ଦୁଇଟି ଝିଅ ଓ ଦୁଇଟି ପୁଅ ଅଛନ୍ତି ଆର୍ଥିକ ଅବସ୍ଥା ଦୁର୍ବଳ ରହିଛି । ତେଣୁ ତାଙ୍କ ପରିବାରର ସଦସ୍ୟଙ୍କୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଓ ସହଯୋଗ ଯୋଗାଇବା ନିମନ୍ତେ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା