ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ବାଦପତ୍ରର ସମ୍ପାଦକମାନେ ଭେଟିଲେ ମୁଖ୍ୟମନ୍ତ୍ରୀଙ୍କୁ : ଭଲ ବଜେଟ ପାଇଁ ଅଭିନନ୍ଦନ ଜଣାଇଲେ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଭିନ୍ନ ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ବାଦପତ୍ରର ସମ୍ପାଦକମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରାଜ୍ୟ ବାସୀଙ୍କ ପାଇଁ ଭଲ ବଜେଟ୍ ଉପସ୍ଥାପନ କରିଥିବାରୁ ଅଭିନନ୍ଦନ ଜଣାଇଥଲେ । ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରସଙ୍ଗ ଉପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ବିଶେଷ କରି, ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ବାଦପତ୍ର ଗୁଡିକୁ ବିଜ୍ଞାପନ ଓ ସ୍ୱାସ୍ଥ୍ୟ ବୀମା ସମ୍ପର୍କିତ ବିଷୟ ଉପରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ସମସ୍ୟା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ଦଳରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି,ଦେବକାନ୍ତ ମହାପାତ୍ର, ଅଜୟ କୁମାର ଦାସ, ଅଶୋକ କୁମାର ସାହୁ , ମାଧବାନନ୍ଦ ବେହୁରା ପ୍ରମୁଖ ସାମିଲ ଥିଲେ I

ରିପୋର୍ଟ : ରଜତ ମହାପାତ୍ର