
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱର ସାପ୍ତାହିକ ହାଟ ଉପରେ ବହୁ ଲୋକ ନିର୍ଭିର କରୁଥିବାରୁ ଅତ୍ୟଧିକ ଜନଗହଳୀ ହେଉଛି । ଏହା ଉତ୍ତର ବାଲେଶ୍ୱରର ସର୍ବବୃହତ ହାଟ ହୋଇଥିବାରୁ ଲୋକମାନେ କୋଭିଦ୍ କଟକଣାକୁ ମାନୁନଥିବା ଦେଖିବାକୁ ମିଳୁଛି । ତେଣୁ ଏହି ହାଟକୁ ସପ୍ତାହରେ ୧ ଦିନ ପରିବର୍ତ୍ତେ ୨ ଦିନ କରିବାକୁ ଜଳେଶ୍ୱର ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳ, ଉପଜିଲ୍ଲାପାଳ, ନିୟନ୍ତ୍ରିତ ବଜାର କମିଟି ଓ ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।