ସାବତ ମାଆ, ଉଚ୍ଚ ଶିକ୍ଷିତା ଝିଅ ଓ ଭାଗ୍ୟର ବିଡମ୍ବନା…

ଯମେଶ୍ୱରବାବୁ ପତ୍ନୀର ବିୟୋଗରେ ସର୍ବଦା ଗଭୀର ଆଘାତ ପାଇଲେ । ସେ ନିତି ମନେ ପକାଇ କାନ୍ଦିଲେ । ଏ ଦୃଶ୍ୟ ଝିଅ ସାବିନା ଆଗରେ ହେଉଥିଲା ତ ତାଙ୍କୁ ଭାରି ଦୁଃଖ ଲାଗିଲା । ନିଜେ ସନ୍ତାନ ହୋଇ ଈଶ୍ୱରଙ୍କ ଇଛା ଓ ଆଶାକୁ ସମ୍ମାନ ଦେଇ ଦୁଃଖ କରିବାଠୁ ଅନେକ ଦୂରରେ ହେଲେ ବାପାଙ୍କ ଦୁଃଖ ସାବିନାକୁ ବ୍ୟତିବ୍ୟସ୍ତ କରି ପକେଇଲା । ସେ ବୁଝିକି ଜାଣିଲା ସବୁ ପୁରୁଷଙ୍କ ନିଜ ପତ୍ନୀଙ୍କର ବିଚ୍ଛେଦ ଅସହ୍ୟ ହୋଇଥାଏ । ସେ ଦିନେ କହିବ କି ନାହିଁ କହୁକହୁ କହିଲା, “ବାପା ! ମୋତେ ତୁମେ କ’ଣ ଭଲ ପାଅ ନାହିଁ କି ?” ଯମେଶ୍ୱରବାବୁ ସାବିନାକୁ କୁଣ୍ଢେଇ କହିଲେ, “ସାବିନା ! ତୁମେ ଏମିତି କ’ଣ କହୁଛ? ତୋ’ର ମାଆ ଆର ପାରିକୁ ଗଲାପରେ ତୁ ହିଁ ମୋର ସାହା ଭରଷା ଆଉ ତୋ’ର ବିନା ତ ଅନ୍ଧାର ଆଉ ଅନ୍ଧାର ।” ବାପାଙ୍କ କଥା ସରି ନାହିଁ ସାବିନା କହିଲା,”ବାପା ! ଆପଣ ଆଉଥରେ ବିବାହ କରି ମୋର ନୂଆମାଆଙ୍କୁ ଆଣି ଭୁଲିବା ଚେଷ୍ଟା କରନ୍ତୁ ।” ଏ କଥା ଶୁଣି ଯମେଶ୍ୱରବାବୁ ଅଧିକ କାନ୍ଦିବା ଆରମ୍ଭ କଲେ । ଝିଅଟିକୁ କିପରି କହିବେ ଯେ ସାବିନା ତୋ’ର ଇଛାକୁ ସଫଳ କରିବି । ତୁ କହିବା ଆଗରୁ ଏ ସ୍ୱପ୍ନ ବି ଦେଖିଥିଲି । କିନ୍ତୁ ପର ମୂହୁର୍ତ୍ତରେ ଚିନ୍ତା କରେ ଯଦି ତୋ’ର ନୂଆ କି ଆସିଥିବା ପତ୍ନୀ କ୍ଷତି କରିବା ଚିନ୍ତା କରେ ତେବେ…? ଲୁହ ଓ କୋହରେ ଘାଣ୍ଟି ହୋଇଗଲେ । ହୃଦୟ କୋଣକୁ ଶକ୍ତ କରିବାକୁ ଇଛା କଲା ହେଲେ ପର ମୂହୁର୍ତ୍ତରେ ପୁଣି କାମନା ବାଣରେ ଅଥୟ ହୁଅନ୍ତି । ସେ ଖୋଜି ବୁଲନ୍ତି କାହାକୁ ଆପଣାର କରନ୍ତି କି ? ଏ ଦେହ ଓ ମନ ପବିତ୍ର ହୁଅନ୍ତା ଗୋଡ଼ହାତ ମୋଡାମୋଡି଼ କରିବାକୁ ସୁବିଧା ହୁଅନ୍ତା । ଯମେଶ୍ୱରବାବୁ ଦୋ’ଛକି ରାସ୍ତାରେ ଠିଆହୋଇ ଦୂର ଦିଗବଳୟକୁ ଚାହିଁଲେ । କିଛି ବି ଜାଣିପାରୁ ନ ଥିଲେ ତା’ର ଗତିପଥ କେଉଁଟା ? ହଠାତ୍ ମନ ସାମ୍ନାକୁ ଆସି କହିଲା,”ଯମେଶ୍ୱରବାବୁ ! ଭାବୁଛନ୍ତି କ’ଣ ? ରୋଜଗାର ଅଛି ବଳ ଓ ବୟସ ଅଛି । ରୂପ ଯେମିତି ଗୁଣ ବି ସେମିତି ? ତୁମେ ଥରେ ହଁ କହିବ ତ ଝିଅଙ୍କର ହାଟ ବସିବ କାହାକୁ ଚାହିଁବ ବାଛିନେବ ।” ମନ ପାଖରୁ ଦୂରେଇ ଯାଇଛି ବିବେକ ଆସି କହିଲା,”ଯମେଶ୍ୱରବାବୁ ! ମୋଟେ ବିବାହ କଥା ମୁଣ୍ଡକୁ ନେବନି ବିବାହ କଲେ ଏକମାତ୍ର ଝିଅ ସାବିନାର ଅବସ୍ଥା କ’ଣ ହେବ ଭାବିଛନ୍ତି ? ସେ ଅବହେଳିତ ହୋଇ ମରିବାକୁ ଯିବ ଏ ଦୃଶ୍ଯ ତୁମେ ସହି ପାରିବ ତ ?” ବାସ୍ ! ଏତିକି କହି ବିବେକ ଅଦୃଶ୍ୟ ହୋଇଗଲା । ଯମେଶ୍ୱରବାବୁ କରିବେ କ’ଣ ? ଏପଟେ ଗୋହତ୍ୟା ସେପଟେ ବ୍ରହ୍ମହତ୍ୟା ତ ଦୋ’ଛକି ରାସ୍ତା ତାକୁ ଆଣିଦେଲା ଲୁହର ଝଡ଼ । ଯେଉଁଥିରେ ସେ ଭାସି ଚାଲିଲେ ଆକାଶ ବତାସ । ଭାସି ଯିବାବେଳେ କୁଟା ଖିଅକୁ ଆଶ୍ରାକଲା ପରି ହଠାତ୍ କାମିନୀ ପାଖରେ ଠିଆହେଲା ତ ଲୁହ ପୋଛି କୋଳେଇ ନେଲା । ଯମେଶ୍ୱରବାବୁ ହୋସକୁ ଆସି କହିଲେ, ତୁମେ କିଏ ? ମୋତେ ବା ସେବା କରୁଛନ୍ତି କାହିଁକି ?” ଯୁବତୀଟି ଛାତିରେ ଜାବୁଡି଼ ଧରି ଗେଲ କଲା । ଏମିତି ଗେଲ କରିବା ଭିତରେ ଯମେଶ୍ୱର ଭୁଲିଗଲା ବିବେକ କଥା । ମନ କଥାକୁ ଭାବି କହିଲା,”ମନ ! ତୁମେ ଠିକ୍ କହୁଥିଲ ଦେଖ ପାଖରେ ଯେ ମୋତେ ନେଇ କୋଳରେ ବସାଇଛି ତାକୁ ଆଜି ମନଭରି ତ ଉପଭୋଗ କରି ସାରିଲିଣି । ଏବେଠୁ ସେ ମୋର ପତ୍ନୀ ହୋଇ ସାରିଛି । ତାକୁ ଘରକୁ ନେଇ ସାବିନାର ମାଆ କରିଦେବି । ସାବିନା ବି ନୂଆମାଆକୁ ପାଇ ବହୁତ ଖୁସିହେବ । ତା’ର ଇଛା ଓ ଆଶା ବି ପୂରଣ ହେବ । ସେ ମନକୁ ଚେଙ୍ଗା କରି କହିଲା, “ତୁମେ ମୋତେ ଆଗକୁ ବଢି଼ବାର ରାହା ଦେଖଉଛ କାହିଁକି ? ମୁଁ ତ ତୁମର କେହି ନୁହେଁ ତଥାପି ମୋତେ କାମନା ଦୋଳିରେ ବସେଇଲ । ମହୁଠୁମିଠା ନଈର ପାଣି ପିଆଇଲ କୁହ ତୁମେ କ’ଣ ଚାହଁ ?” ଏ କଥା ଶୁଣି ଯୁବତୀଟି କହିଲା, “ମୋର ନାମ କାମିନୀ ମୁଁ କାମନାରେ ସରସର ହେଉଥିଲି । ତୁମକୁ ଏକୁଟିଆ ପାଇ ମନର ଭାବ ପ୍ରକାଶ କଲି ଆଉ ସଫଳ ବି ହୋଇଛି । ମୁଁ ତୁମର ଔରସରୁ ମାଆ ହୋଇଯିବି କାରଣ ମୋର ପିରିଅଡ୍ ସମୟ ହୋଇଥିଲା । ହିତାହିତ ଜ୍ଞାନ ହରେଇ ତୁମର ରକ୍ତ ମୋ ଦେହରେ ଏବେ ରହି ସାରିଲାଣି । ଯମେଶ୍ୱରବାବୁ ତାକୁ କୁଣ୍ଢାଇ ପକେଇ ମୁଖ ଚୁମ୍ବନ ଦେଇ ରାଣୀ କରି ରଖିବାକୁ ପ୍ରସ୍ତାବ ଦେଲେ । କାମିନୀ ତ ଏ ସୁଯୋଗକୁ ଅପେକ୍ଷା କରିଥିଲା । କାରଣ ସାବିନାର ମାଆକୁ ବିବାହ ପୂର୍ବରୁ ତା’ର ସହ ପ୍ରସ୍ତାବ ପଡି଼ଥିଲା ହେଲେ ଯମେଶ୍ୱରବାବୁ ଅରୂପ, ଅସୁନ୍ଦର ଓ ଗରିବ ଘର କହି ପ୍ରତ୍ୟାଖାନ କରିଥିଲେ । ଆଜି ସୁଯୋଗ ଆସିଛି କହି ସଙ୍ଗେସଙ୍ଗେ ମନ୍ଦିରରେ ବିବାହ କରିନେଲେ । ଏବେ କାମିନୀ ଯମେଶ୍ୱରବାବୁଙ୍କ ପତ୍ନୀ । କାମିନୀ ନୂଆନୂଆ ସାବିନାକୁ କୋଳେ ଆଦର ଯତ୍ନ କରୁଥିଲା । ଏବେ ତା’ର ଝିଅଟିଏ ହେଲା ତ ସାବିନା ଡଷ୍ଟବିନକୁ ଯୋଗ୍ୟ ମଣିଲା । ସାବିନା ଆଜି ଅବହେଳିତ ନିସ୍ପେଷିତ । ଖିଆପିଆ ଓ ସେବା ବିନା ଦୁର୍ବଳ ଚେହେରା ହୋଇଗଲାଣି । ତେଲ ସାବୁନ ତ ମୁଣ୍ଡ କି ଦେହରେ ବାଜୁନି । ଖାଇଲା ପିଇଲା ଘରର ଝିଅଟା ହେଲେ ଆଜି ନୁଖୁରା ଦେହ ଝାମ୍ପୁରା ବାଳସବୁ ଉଡି଼ବୁଲୁଛି । ଯମେଶ୍ୱରବାବୁ ଆଗରୁ ଖୁବ ଭଲଥିଲେ । ମଦ ପାଣିଠୁ ଦୂରରେ ବି ଥିଲେ ହେଲେ କାମିନୀ ଆସି ଶିଖାଇଲା ମଦ । ନିତି ପିଆଇ ଦୁର୍ବଳ ଏତେ କରିଦେଲା ଯେ ଘର ପରିବାର କଥା ବୁଝିବ କ’ଣ ନିଜକୁ ସମ୍ଭାଳିବା କାଠିକର ପାଠ ହେଲା । ସାବିନା ଆଜି ବଡ଼ ହୋଇଗଲାଣି । ସାବତ ମାଆକୁ ଆଶ୍ରା ନ କରି ଦୂର ସହର ଯାଇ କାମ କରୁଛି । ସେ ଯଦିଓ ଉଚ୍ଚ ଶିକ୍ଷିତା ହୋଇ ସାରିଛି ହେଲେ ସାବତ ମାଆ ତାକୁ ଆଖିରେ ନ ଦେଖିବା ଯୋଗୁଁ ଦୂର ସହର ରହିବାକୁ ହେଲା । ତା’ର ସାବତ ମାଆ ଓ ଝିଅଙ୍କ ଅଇଁଠା ଖାଇବା, ଅଇଁଠା ବାସନ ମାଜିବା, ଲୁଗା ଧୋଇବା ଘର ବାହାର ସଫା କରିବା ଅପେକ୍ଷା କେଉଁଠି କାମକରି ବଞ୍ଚି ରହିବାକୁ ଶ୍ରେୟ ସେ ମଣିଛି । ଯିଏ ନିଜର ରକ୍ତର ରକ୍ତକୁ ବୁଝିଲାନି ଆଉ କାହାକୁ କହିବା ବୋକାମୀ ଭାବିଛି । ଯେଉଁଦିନ ଭାଗ୍ୟକୁ ନେଇ ଚାଲିଗଲା । ସେ ତା’ର ବାପା, ସାବତ ମାଆ ଓ ସାନ ଭଉଣୀ ଶ୍ରୀୟାଙ୍କୁ ପ୍ରଣାମ କରି ଚାଲିଗଲା । ଗଲା ଯେ ଗଲା ଆଉ ଫେରିଲା ନାହିଁ । ସେ ଭାବିନେଲା ଏହା ହିଁ ତା’ର ଭାଗ୍ୟର ବିଡମ୍ବନା । ସାବିନା ଚାଲିଯିବା କାମିନୀକୁ ଆହୁରି ଶୁଭଙ୍କର ହେଲା । ସାବିନା ତା’ ବାପାଙ୍କର ସବୁ ଯତ୍ନ ଓ ସେବା କରୁଥିଲା । ଆଜି କରିବାକୁ କେହି ନାହିଁ । ସେ ଯାହା ଚାହୁଁଥିଲା ଈଶ୍ୱର ଆପଣା ଛାଏଁ କରେଇ ଦେଲେ ତ ଅସୀମ ଭକ୍ତିରେ ମାଆ ତାରିଣୀଙ୍କ ପାଖରେ ଶହେ ଆଠ ନଡିଆ ଓ ପଦ୍ମଫୁଲ ଚଢେ଼ଇଲା । କାମିନୀ ମନ୍ଦାର ଫୁଲ ଚଢେଇ ଦେଇଛି ଏକ ଭ୍ରମର ଆସି ଶ୍ରୀୟାର ଗାଲକୁ କାମୁଡି ଦେଲା ତ ତାହା ଧିରେଧିରେ ଫୁଲିବା ସହ ଘାଆ ହୋଇ ବଢି଼ବାକୁ ଲାଗିଲା । କାମିନୀ କରେ କ’ଣ ସ୍ୱାମୀଙ୍କର ବିଛଣାରେ ଲାଖି ଯାଇଛି ଅବଶ୍ୟ ମରିବାକୁ ଆଉ ଅଳ୍ପ ସମୟ ବାକି ଅଛି । ସେ ଆନନ୍ଦରେ ଖୁସି ହେବା ବେଳକୁ ହତାଠ୍ ନିଜ ଝିଅ ଶ୍ରୀୟାର ଅବସ୍ଥା ତାକୁ ବ୍ୟଥିତ କରି ପକାଇଲା । ଯମେଶ୍ୱରବାବୁ ବିଛଣାରେ ସଢୁଥିଲେ ହେଲେ ଶ୍ରୀୟା ହଠାତ୍ ଡାକ୍ତରଖାନାରେ ମୃତ୍ଯୁର କୋଳରେ ଶୋଇଗଲା ତ ରାଗ ଓ ଅପମାନର ସ୍ୱାମୀର ବେକ ମୋଡି଼ ଦେବାକୁ ଗଲାବେଳେ ସାବିନା ପହଂଚି ବାପାର ଜୀବନ ରକ୍ଷା କଲା । ଦୁଇ ସାବତ ଝିଅ ମାଆଙ୍କର ଯୁଦ୍ଧ କୌଶଳ ଆଖି ଆଗରେ ଦେଖି ଯମେଶ୍ୱରବାବୁ କେମିତ ବଳ ପାଇଲା କେଜାଣି ଉଠିପଡି଼ କାମିନୀକୁ ଧିକ୍କାର ସହ ସବୁ ଦିନକୁ ତଡି଼ଦେଲା । ସାବିନାଙ୍କର ଯତ୍ନ ଓ ସେବାରେ ବାପାଙ୍କର ଦେହ ପୂରା ଭଲ ହୋଇଗଲା । ଏବେ ଯମେଶ୍ୱରବାବୁ ଝିଅକୁ କୁଣ୍ଢାଇ କହିଲେ, “ମାଆ ! ତୋ’ର ପାଇଁ ଜୀବନ ରହିଲା । ସେଇ ଯେ କାମିନୀ ଏ ଘରକୁ ଅର୍ଥକୁ ଆତ୍ମସାତ୍ କରୁଥିଲା । ତାକୁ ତା’ର ମାଆ ହିଁ ସାହାଯ୍ୟ ସହଯୋଗ କରୁଥିଲା । ମୋତେ ଦିନେ ବିବେକ ଠିକ୍ କହୁଥିଲେ ନୂଆ କି ବିବାହ କଲେ ଝିଅ ସାବିନାର ଦୁଃଖ ବୋହିଯିବ । ଏବେ ତୋ’ର କାହିଁକି ମୋର ବି ଦୁଃଖ ବୋହି ଯାଉଛି । ମାଆରେ ! ଏବେ ତ ସବୁ ଦୁଃଖ ଦୂର ହୋଇଗଲାଣି ଚାଲ ଆଜି ଭଲ କି ରୋଷେଇ କରିବୁ ମନଭରି ଖାଇବା । ଦୁହେଁ ହସି ଉଠିଲେ ଆକାଶରେ ସୂର୍ଯ୍ୟ ମଧ୍ୟ ଆଉ ପବନ ବି ସ୍ୱାଗତ କରୁଥିଲା ଶିରିଶିରି ବିଞ୍ଚଣା ବୁଲାଇ । ସତରେ ସାବତ ମାଆ କେତେ ଭୟଙ୍କର ହୋଇଥାଏ । ଯଦିବା ଉଚ୍ଚ ଶିକ୍ଷିତ ଜଣେ ଝିଅ ହୋଇଥାଏ ହେଲେ କିଛି ବି କରିବାକୁ ଜୁ ହିଁ ନ ଥାଏ । ତେବେ ଏହା ଭାଗ୍ୟର ବିଡ଼ମ୍ବନା ନା ଆଉ କ’ଣ ହୋଇପାରେ ? ଆପଣମାନେ ବିଚାର କରନ୍ତୁ….

ସୁକାନ୍ତ ଖଣ୍ଡା, ଶିକ୍ଷକ
ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ
ପୋ-ଚକ୍ରଧରପୁର
ଭା-ହରିଚନ୍ଦନପୁର
ଜି-କେନ୍ଦୁଝର
ପି-୭୫୮୦୨୮