ସାମର୍ଥ ତାଲିମ ନେଉଥିବା ଶିକ୍ଷକ ଗୁରୁତର : ଭୁବନେଶ୍ୱରରେ ସଂଜ୍ଞାହୀନ ଭାବେ ଚିକିତ୍ସିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ୪ଟି ବ୍ଲକ ଅନ୍ତର୍ଗତ ୨୧୦ ହାଇସ୍କୁଲର ୪ଟି ବିଷୟର ଶିକ୍ଷକମାନଙ୍କୁ ନେଇ ଜଳେଶ୍ୱର ନୋଡାଲ ହାଇସ୍କୁଲରେ ଆରମ୍ଭ ହୋଇଥିବା ସାମର୍ଥ ଶିବିରର ଜଣେ ଶିକ୍ଷକ ଅସୁସ୍ଥ ହୋଇ ଗୁରୁତର ହୋଇ ଭୁବନେଶ୍ୱରର ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଓହିଆ(ସାହିତ୍ୟ), ଇଂରାଜୀ, ଗଣିତ ଓ ବିଜ୍ଞାନରେ ଉପରୋକ୍ତ ୪ଟି ବ୍ଲକର ଶିକ୍ଷକମାନେ ଗତ ୧୪ ତାରିଖରେ ଏହି ବିଷୟ ଗୁଡିକର ଅଧିକ ଜ୍ଞାନ ଆହରଣ ପାଇଁ ଏକ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ । ଗତ ୧୬ ତାରିଖରେ ଭୋଗରାଇର ପ୍ରଫୁଲ୍ଲ-ପଂକଜିନୀ ବିଦ୍ୟାମନ୍ଦିରର ଶିକ୍ଷକ ନିମାଇଁ ଚରଣ ମହାନ୍ତି ହଠାତ୍ ସଂଜ୍ଞାହୀନ ହେବାରୁ ତାଙ୍କୁ ଜିକେଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଉଦ୍ବେଗ ହେବାରୁ ପରେ ବାଳେଶ୍ୱର ଓ ସେଠାରୁ ଭୁବନେଶ୍ୱରର ଆମ୍ରି ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରକାଶ ଯୋଗ୍ୟ ପ୍ରବଳ ରୌଦ୍ରତାପରେ ପ୍ରଶିକ୍ଷଣ କରାନଯାଇ ଅନ୍ୟ ସମୟରେ କରାଯିବାକୁ ଆଜି ଶିକ୍ଷକମାନେ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା