



ଭୁବନେଶ୍ୱର(ସମୃଦ୍ଧ ଓଡିଶା)ସାମାଜିକ ଓ ସାମ୍ପ୍ରଦାୟ ଉନୟନ ସଂଗଠନ ଓ ଏକତା ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ ର ସାମାଜିକ ସମୀକ୍ଷା ଓ ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ରୋଟାରୀ ଭବନ ରେ ଅନୁଷ୍ଠିତ ହୋଇ ଥିଲା, ଉକ୍ତ କର୍ମଶାଳା ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରଚଳିତ ମହିଳା ଉନ୍ନତି କରଣ ଯୋଜନା ଓ ପରିଚାଳନା ରେ ଉପୁଜି ଥିବା ତ୍ରୁଟି ପ୍ରସଙ୍ଗ ରେ ଆଲୋଚନା ଓ ସମୀକ୍ଷା କରିବା ସହିତ ଆଗାମୀ ଦିନରେ ମହିଳା ଙ୍କ ଜୀବିକା କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବା ଲାଗି ନିଷ୍ପତି ନିୟା ଯାଇ ଥିଲା l ଏହି କାର୍ଯ୍ୟକ୍ରମ ରେ ପାଞ୍ଚ ସହ ମହିଳା ଅଂଶ ଗ୍ରହଣ କରି ଥିଲେ ଏବଂ ଏକତା ଟ୍ରଷ୍ଟ ର ଅଧ୍ୟକ୍ଷ ଇଂ ଦିପ୍ତୀରେଖା ପଟ୍ଟନାୟକ, ଏକତା ଟ୍ରଷ୍ଟ ପରିଚାଳନା କରୁ ଥିବା ଟ୍ରଷ୍ଟି ଶ୍ରୀ ରବି ମହାରଣା, ସଦ୍ୟସ ରଜନୀ ବାଳା ଦାସ, ଦିବ୍ୟ ଭାରତୀ ଜେନା ଙ୍କ ସମେତ ସାମାଜିକ ଓ ସାମ୍ପ୍ରଦାୟ ଉନୟନ ସଂଗଠନର ଅଧ୍ୟକ୍ଷ ଶ୍ରୀ ସୁନୀଲ ପଟ୍ଟନାୟକ, କଥାଲା ଯୁବରାଜୂ, ମମତା ପାଢ଼ୀ ଓ ବିଭିନ ସମାଜ ସେବକ ଓ ସମାଜ ସେବି ମାନେ କାର୍ଯ୍ୟକ୍ରମ ଟି କୁ ସଫଳ କରିବା ରେ ସହଯୋଗ କରି ଥିଲେ l
ରିପୋର୍ଟ : ରଜତ କୁମାର ମହାପାତ୍ର

