“ସାମ୍ପ୍ରତିକ ପରିସ୍ଥିତିରେ ଗାନ୍ଧୀ ମାର୍ଗ ଓ ଦର୍ଶନ ଆବଶ୍ୟକତା ଅଧିକ”…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମହାତ୍ମାଗାନ୍ଧିଙ୍କ ଡାକରାରେ ଏବଂ ତାଙ୍କ ଅହିଂସା ନିତୀ ଫଳରେ ଭାରତବର୍ଷ ସ୍ୱାଧିନତା ହାସଲ କରିପାରିଥିଲା । ତାଙ୍କ ଦର୍ଶନ ଓ ମାର୍ଗ ଆଜି ବି ଭାରତ ବର୍ଷରେ ଆବଶ୍ୟକତା ରହିଛି କିନ୍ତୁ ଆଜିର ଯୁବପିଢୀ ସେଥିରୁ ଓହରି ଯାଉଥିବାରୁ ସମାଜରେ ଅବକ୍ଷୟ ଦେଖା ଦେଉଛି ବୋଲି ଜଳେଶ୍ୱରରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଏପରିକି ମିଳିତ ଜାତିସଂଘରେ ତାଙ୍କର ମୂଳମନ୍ତ୍ର ଅଂହିସାକୁ ପ୍ରାଧାନ୍ୟ ଦେଇ ନନ୍ ଭାୟଲେନ୍ସ ଡେ ଭାବେ ପାଳନ କରାଯାଇଛି । ସୁବର୍ଣ୍ଣରେଖା ନଦୀକୂଳ ଶିଖରପୁରର ବାପୁ ସ୍ମାରକ ନିକେତନ ପକ୍ଷରୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ ଓ ରାମଧୁନ ଗାନ କରାଯାଇଥିଲା । ଆୟୋଜିତ ସଭାରେ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ଅଧ୍ୟକ୍ଷତା କରି ଗାନ୍ଧିଜୀଙ୍କ ନିତୀ, ଆଦର୍ଶକୁ ଭାରତୀୟମାନେ ଓହରିଯିବା ଉଚିତ ନୁହେଁ ବୋଲି କହିଥିଲେ । କବି ବ୍ରଜେନ୍ଦ୍ର ଗିରି, ଶରତ ଚନ୍ଦ୍ର ପରିଡା, ବିଦ୍ୟାଧର ମଲ୍ଲିକ, ଅଜିତ୍ ମହାନ୍ତି, ସୁଜାତାରାଣୀ ପାତ୍ର, ମମତାରାଣୀ ଓଝା, ଅଂଜଳୀ ଦାସ, ମୀରାରାଣୀ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଜଳେଶ୍ୱର କଂଗ୍ରେସ ପକ୍ଷରୁ ପୂର୍ବ ସୂଚନା ଅନୁଯାୟୀ ଆଜି ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ତାଙ୍କ ନିତୀ ଆଦର୍ଶର ସଚେତନତାଲାଗି ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ସମଗ୍ର କାର୍ଯ୍ୟକ୍ରମର ଆବାହକ ତଥା ରାଜ୍ୟ ପ୍ରବକ୍ତା ସ୍ତମ୍ଭକାର ସୁଦର୍ଶନ ଦାସ, ରାଜୀବ ପରିଡା, ରବିନ୍ଦ୍ର ଭଂଜ, ପରେଶ ନାୟକ, ଅଜିତ୍ ସେଠୀ, ସୁଧର ବେହେରା, ବଳରାମ ଜେନା, ମନତୋଷ କାମିଳା, ହିମାଂସୁ ବେହେରା, ମଣ୍ଟ ପରିଡା, ପ୍ରମୁଖ ଆଜି ଜମାଳପୁର ଠାରୁ ଏହି ପଦଯାତ୍ରା ଜମାଳପୁରଠାରୁ ଆରମ୍ଭ କରିଥିଲେ । ଓଡିଶାର ପ୍ରଥମ କଂଗ୍ରେସ ସଭାପତି ଗୋପବଂଧୁଙ୍କ ଜନ୍ମଦିନ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲିବ ବୋଲି ସେମାନେ କହିଥିଲେ । ଅନୁରୂପଭାବେ ଜଳେଶ୍ୱର ବ୍ଲକ ପରିସରରେ ଥିବା ଗାନ୍ଧୀମୂର୍ତ୍ତୀ ନିକଟରେ ବିଡିଓ ନିତ୍ୟାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ବ୍ଳକସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ବିଇଓ ବିଜୟ କୁମାର ନାଥ, ଜିପିଓ ସୁଜୟ କୁମାର ଚନ୍ଦ, ସେକ୍ସନ ଅଫିସର ଅଧିର କୁମାର ପ୍ରମାଣିକ, ସୁଜିତ୍ କୁମାର ଜେନା, କାଳିଚରଣ ଦାସ, ଚନ୍ଦନ କୁମାର କର, ସୁରେନ୍ଦ୍ର ଭୂୟାଁ, ବିଆର୍ସିସି ଲଲାଟେନ୍ଦୁ ଜେନା, ସିଆରସିସି ଗଣେଶ ଚନ୍ଦ୍ର ପାଳ, ମିନା ସିଂ, ଓଏଲଏମ୍ କର୍ମଚାରୀ ମିନା ସିଂଙ୍କ ସମେତ ଶାନ୍ତିଆ ମଇ ସ୍କୁଲ ଓ ସେଣ୍ଟ ଜେମ୍ସ କନଭେଣ୍ଟ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଗାନ୍ଧି ସେବାଶ୍ରମ ଈଶ୍ୱରଲାଲ ଶିଶୁ ଭବନ ପକ୍ଷରୁ ଗାନ୍ଧି ସେବାଶ୍ରମରେ ୧୫୦ତମ ପାଳିତ ଅବସରରେ ସଭାପତି ସିତାଂଶୁ ସେନାପତି ପୌରହିତ୍ୟ କରିଥିଲେ । ଏଥିରେ ଡ. ଲଳିତମୋହନ ସେନାପତି, ଦିଲ୍ଲିପ ଗିରି, ଅଶ୍ୱିନୀ ନାଥ, ନିତ୍ୟାନନ୍ଦ ଦାସ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ସେହିଭଳି ଲିଆଫି ଜଳେଶ୍ୱର ଶାଖା ପକ୍ଷରୁ ଏଜେଣ୍ଟମାନେ ସ୍ଥାନୀୟ ସବ୍ଜେଲ୍କୁ ଯାଇ ଉପସ୍ଥିତ ଥିବା ୩୬ଜଣ କଏଦୀ ମାନଙ୍କୁ ରାମଧୁନ ଭଜନ ଶୁଣାଇବା ପରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଜେଲର ଅନୁସୂୟା ଷଡଙ୍ଗୀ, ଜେଲ୍ କମିଟି ସଦସ୍ୟ କମଳ ଚକ୍ରବର୍ତ୍ତୀ, ଲିଆଫି ପକ୍ଷରୁ ମନୋରଂଜନ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା