ସାମ୍ବାଦିକ ମାନଙ୍କୁ ଆକ୍ରମଣ ପ୍ରତିବାଦରେ ଢେଙ୍କାନାଳ ସାମ୍ବାଦିକ ସଂଘର ଶୋଭାଯାତ୍ରା

ଢେଙ୍କାନାଳ(ଶୁଭମ ପାଣି) କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରାଯାଉଥିବା ଦେଖିବାକୁ ମିଳିଛି । ପ୍ରଶାସନିକ ଅବହେଳା ଓ ପୋଲିସ ପ୍ରଶାସନର ଅପରିଣାମ ଦର୍ଶିତା ଯୋଗୁଁ ସାମ୍ବାଦିକମାନେ ଆକ୍ରମଣର ଶୀକାର ହୁଅନ୍ତି ।ଏହାର ପ୍ରତିବାଦରେ ସାରା ରାଜ୍ୟରେ ସାମ୍ବାଦିକ ସଂଘ ପକ୍ଷରୁ ଶୋଭାଯାତ୍ରା ରାଲି ଆଦି କରାଯାଇ ସରାକାର ଏଥିପ୍ରତି ସଜାଗ ରହିବାକୁ ସଚେତନତା ସୃଷ୍ଟି କରାଯାଉଛି । ରାଜ୍ୟରେ ଏଥିପାଇଁ ସାମ୍ବାଦିକମାନେ ଘୋର ଅସନ୍ତୋଷ ପ୍ରକାଶ କରୁଛନ୍ତି ।ଢେଙ୍କାନାଳର ସାମ୍ବାଦିକ ସଂଘ ପକ୍ଷରୁ ସହରରେ ଏକ ବିରାଟ ରାଲି କରାଯାଇ ପୁରୀ ଓ ଭୁବନେଶ୍ୱରରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଘଟଣାର ଘୋରନିନ୍ଦା କରାଯାଇଛି । ସରକାରଙ୍କୁ ଚେତାଇଦେବା ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ସାମ୍ବାଦିକମାନେ ଧାରଣାରେ ବସିଥିଲେ ।