ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବାଲେଶ୍ଵରରେ ଜନୈକ ସାମ୍ବାଦିକଙ୍କ ଉପରେ ହୋଇଥିବା ଘାତକ ଆକ୍ରମଣ ପ୍ରତିବାଦରେ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଓ ଦୁର୍ବ୍ୟବହାର ପ୍ରତିବାଦରେ ଗତକାଲି ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଆରଡିସିଙ୍କ ସଚିବ ଓ ଡ଼ିଆଇଜିଙ୍କ ଅନୁପସ୍ଥିତିରେ ଏଏସପି ପ୍ରଭାତ କୁମାର ରାଇଡରାୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୃଥକ ପୃଥକ ଭାବେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ତୁରନ୍ତ ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଏଠାରେ ପ୍ରେସ କ୍ଲବର ବହୁ କର୍ମକର୍ତ୍ତା ଦାବି କରିଥିଲେ । ନଚେତ ଆଗାମୀ ଦିନରେ ଏହାକୁ ନେଇ ଆନ୍ଦୋଳନ ଜାରି ରହିବ ବୋଲି ସାମ୍ବାଦିକମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାର କରିଥିବା ପୋଲିସ କର୍ମଚାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଠାରେ ଦାବି କରାଯାଇଥିଲା । ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଏସପି ରାଉତ ରାୟ ପ୍ରତିଶ୍ରୁତି ଦେଇଥିଲେ । ସ୍ମାରକ ପତ୍ର ପ୍ରଦାନ ବେଳେ ପ୍ରେସ କ୍ଲବର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ପଟ୍ଟନାୟକ, କାର୍ଯ୍ୟକାରୀ ସମ୍ପାଦକ ଚିରଞ୍ଜିତ ରାଜଗୁରୁ, ଶକ୍ତିଧର ରାଜଗୁରୁ, ଅଶୋକ ବ୍ରହ୍ମା, ରାଜେନ୍ଦ୍ର ପ୍ରସାଦ ସାହୁ, ଶିବରାମ ଚୌଧୁରୀ, ଶାନ୍ତନୁ କୁମାର ରଣା, ସୁଦୀପ ସାହୁ, ପ୍ରଶାନ୍ତ ଦାସ, ମାନସ ବିଷୋୟୀ, ସୁରଜିତ ପଣ୍ଡା, ଶିବରାମ ପଣ୍ଡା, ଶ୍ରୀନିବାସ ରାଓ, ବାବୁଲା ପାଣିଗ୍ରାହୀ, ଗୋପାଳ ରେଡ୍ଡୀ, ସମୀର ଆଚାର୍ଯ୍ୟ, ଆଲୋକ ବେହେରା, ବିକ୍ରମ ଜେନା, ଆର୍ଶୀବାଦ ରାଉତ, ଅମର କୁମାର ଦାସଙ୍କ ସମେତ ବହୁ ସାମ୍ବାଦିକ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା