ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟର ବଭିନ୍ନ ଅଞ୍ଚଳରେ ଦୈନିକ ସାମ୍ବାଦିକମାନଙ୍କୁ ଆକ୍ରମଣ ଘଟଣା ଅତି ଲଜ୍ଜାର ବିଷୟ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ଲଗାତର ଆକ୍ରମଣ ଉଦବେଗଜନକ । ତେଣୁ ସାମ୍ବାଦିକମାନଙ୍କ ସୁରକ୍ଷା ଆଇନ ପ୍ରଣୟନ ସହିତ ଅନ୍ୟାନ୍ୟ ପଡ଼ୋଶୀ ରାଜ୍ୟଙ୍କ ଭଳି ଓଡ଼ିଶାରେ ସାମ୍ବାଦିକ ପେନସନ ଯୋଜନା ପ୍ରଣୟନ କରାଯାଉ ବୋଲି ଜାତୀୟ ସାମ୍ବାଦିକ ୟୂନିଅନ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରି ଦାବି କରାଯାଇଛି । ସ୍ଥାନୀୟ ନବୀନ ଭବନଠାରେ ଜିଲ୍ଲାର ସାମ୍ବାଦିକମାନଙ୍କ ଏକ ବେିଠକ ଜାତୀୟ ସାମ୍ବାଦିକ ୟୁନିଅନର ରାଜ୍ୟ ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସାମ୍ବାଦିକମାନଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଉପରେ ଚାପା ସୃଷ୍ଟି କରାଯିବାକୁ ସ୍ଥରିକୃତ ହୋଇଥିଲା । ଜିଲ୍ଲା ତଥା ରାଜ୍ୟର ସାମ୍ବାଦିକମାନଙ୍କ ସଂଗଠିତ କରି ସେମାନଙ୍କ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିଷ୍ପତି ନିଆଯାଇଥିଲା । ବୈଠକରେ ଜିଲ୍ଲାର ବିଭିନ୍ନ ସ୍ଥାନରି ବହୁ ସାମ୍ବାଦିକି ଯୋଗ ଦେଇଥଲେ । ସେମାନଙ୍କ ମଧ୍ୟରେ ଅନିଲ କୁମାର ପାଢ଼ୀ, ସୁଶାନ୍ତ କୁମାର କର, ନୃସିଂହ ନନ୍ଦ ପାଢ଼ୀ, ସୂର୍ଯ୍ୟ ନାରାୟଣ ବେହେରା, ଆକାଶ ପଟ୍ଟନାୟକ, ସରୋଜ ପଟ୍ଟନାୟକ, ବାଳକଷ୍ଣ ପଟ୍ଟନାୟକ, କାର୍ତ୍ତିକେଶ୍ୱର ପ୍ରଧାନ, ସଚ୍ଚି ଭାଇ, ଦିପ୍ତୀରଞ୍ଜନ ପାଢ଼ୀ, ମହେଶ୍ୱର ସେଠୀ, ପ୍ରଦୀପ କୁମାର କର, ରାକେଶ ଷଡ଼ଙ୍ଗୀ, ପବିତ୍ର କୁମାର ଚୌଧୁ ରୀ, କପିଳ ଚନ୍ଦ୍ର ମହାନ୍ତି, ପ୍ରିୟବ୍ରତ ପଣ୍ଡା, ରମେଶ ଚନ୍ଦ୍ର ସାହୁ, କୃଷ୍ଣ ପାଳ, କୈଳାସ ପଟ୍ଟନାୟକ, ଅନନ୍ତ ଆପଟ୍ଟ, ଲଲାଟେନ୍ଦୁ ସାହୁ, ବୁଲୁ ପଟ୍ଟନାୟକ, ଲାଲ ମୋହନ ପଟ୍ଟନାୟକ, ୱାଇ. ଶିବାରାଓ, ଶରତ ଚନ୍ଦ୍ର ବେହେରା, ବିନୋଦ ମହାଙ୍କୁଡ, ବସ କୁମାର ଅଧିକାରୀ, ସୀମାଞ୍ଚଳ ପଣ୍ଡା, ସୀମାଞ୍ଚଳ ନାହାକ, ବସନ୍ତ କୁମାର ପଟ୍ଟନାୟକ, କୈଳାସ ପତି ଦାଶ, ପ୍ରିୟବ୍ରତ ପଣ୍ଡା, ଲଳିତ ମୋହନ ପଲାଇ ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପକିରେ ଆଲୋକପାତ କରିଥିଲେ । ଜାନୁଆରୀ ଶେଷ ସୁଦ୍ଧା ଜୁଲାର ସାଧାରଣ ପରିଷଦ ବେିଠକ ସହ କର୍ମକର୍ତ୍ତା ନିର୍ବାଚନ ହେବ ଏବଂ ଇତି ମଧ୍ୟରେ ସାମ୍ବାଦିକ ସୁରକ୍ଷା ଓ ପେନସନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି ।
ରିପୋର୍ଟ : ରବି ରଥ