ସାମ୍ବାଦିକତାର ମାନବିକତା : ସୁରତ ଫେରନ୍ତା ୨ଜଣଙ୍କୁ ସହଯୋଗ କଲେ ସାମ୍ବାଦିକ…

ଛତ୍ରପୁର (ସମୃଦ୍ଧ ଓଡିଶା) କ୍ରମଶଃ ମାନବିକତା ହରାଇ ବସିଲେଣି ମଣିଷ । ଅନେକ ଲୋକ ଅଛନ୍ତି ସେମାନେ ଅନ୍ୟର ସୁଖ ଦୁଃଖରେ ଭାଗିଦାର ହେଉଛନ୍ତି । କୌଣସି ମଣିଷର ଅସୁବିଧା ଦେଖିଲେ ଏହି ସମାଜସେବୀ ମଣିଷ ମାନେ ଆଦୌ ରହିପାରନ୍ତି ନାହିଁ । ମାନବିକତା ପଦର୍ଶନ କରି ସେମାନଙ୍କୁ ସାହାର୍ଯ୍ୟ କରିବାକୁ ହାତ ବଢ଼ାଇ ଛନ୍ତି । ମଣିଷ ସମାଜରେ ଏଭଳି ମାନବିକତା ଥିବା ଅନେକ ଲୋକ ରହିଛନ୍ତି । ତଥାପି କିଛି ମାନବିକତା ବିହୀନ ଲୋକଙ୍କ ପାଇଁ ଏ ସମାଜ ନିନ୍ଦିତ ହୋଇଥାଏ । ଅନ୍ୟର ଦୁଃଖ ଦେଖିଲେ ଯନ୍ତ୍ରଣା ଦେଖିଲେ ଯେଉଁମାନେ ପ୍ରକୃତ ସମାଜସେବୀ ସେମାନେ କଦାପି ଚୁପ ହୋଇ ବସି ପାରନ୍ତି ନାହିଁ । ଅର୍ଥ ସାହାର୍ଯ୍ୟ ନ କରି ପାରିଲେ ମଧ୍ୟ ଯେ କୌଣସି ମତେ ଯନ୍ତ୍ରଣା ଭୋଗୁଥିବା ଲୋକଟିକୁ ସାହାର୍ଯ୍ୟ କରିବାକୁ କୌଣସି ବାଟରେ ବି ଚିନ୍ତା କରି ନାହିଁ । ବିଶେଷ କରି ସାମ୍ବାଦିକ ମାନେ ଏ କ୍ଷେତ୍ରରେ ଅଗ୍ରଣୀ ଥିବା ଜଣାଯାଏ । ବର୍ତ୍ତମାନ କରୋନା ଭୁତାଣୁ ସଂକ୍ରମଣ ପ୍ରତିହତ କ୍ଷେତ୍ରରେ ସାମ୍ବାଦିକ ମାନଙ୍କର ଭୂମିକା ଯେ କେତେ ଉଚ୍ଚରେ ତାହା କଳ୍ପନା କରି ହେବ ନାହିଁ । ଦୁଇ ପଇସା ରୋଜଗାର ନ ଥିଲେ ମଧ୍ୟ କେମେରାଟି ଧରି ଗଳି କନ୍ଦି ସାହି ବୁଲୁଥିବା ଦେଖିବାକୁ ମିଳୁଥାଏ । ସରକାରଙ୍କ କାର୍ଯ୍ୟକ୍ରମକୁ କିଭଳି ପାଳନ କରାଯାଉଛି ଓ କେଉଁଠି ଦୋଷ ତ୍ରୁଟି ରହିଗଲା କି ଏ ସବୁ ସାଧାରଣ ଜନତାଙ୍କ ଦୃଷ୍ଟିକୁ ଆଣିବାରେ ସାମ୍ବାଦିକମାନଙ୍କ ଭୂମିକା ସବୁଠୁ ଆଗରେ ରହିଛି । ହେଲେ ସେମାନେ ବିଭିନ୍ନ ଅଞ୍ଚଳ ବୁଲି ବୁଲି ଲୋକଙ୍କ ସମସ୍ୟା ଦେଖି ଦେଖି କିଭଳି ଅନୁପ୍ରାଣିତ ହୋଇଯାଇଛନ୍ତି ତାକୁ କଳ୍ପନା କରି ପାରିବା ନାହିଁ । ଅନ୍ୟାପକ୍ଷରେ ସରକାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରୁଥିବା ଓ ଦାତାରଖ କରୁଥିବା ଅଫିସର ମାନଙ୍କର ଭୂମିକା ସମାଜରେ କିପରି ରହିଛି ତାହା ବି ଅଙ୍ଗେ ଲିଭାଉଛି ଏହି ସାମ୍ବାଦିକଟି । ଉଭୟକୁ ତୁଳନା କଲେ ଜଣେ ଟଙ୍କା ଗାଦିରେ ଶୋଉ ଥିବା ବେଳେ ଏହି ସମାଜରେ ବାସ କରି ଅନ୍ୟ ଜଣେ ଦୁଇ ପଇସା ପାଇଁ କଠୋର ପରିଶ୍ରମ କରୁଛି ।ତଥାପି ତା ପାଖରେ ବଞ୍ଚିବାର ଅସମ୍ଭବ ହୋଇ ପଡୁଛି । ପୁଣି ଜଣେ ଧନୀ ଲୋକଙ୍କୁ ଏ ସମାଜ କିଭଳି ଦେଖୁଛି ଓ ଜଣେ ଗରିବ ଲୋକକୁ ଏ ସମାଜ କିଭଳି ଯନ୍ତ୍ରଣା ଦେଉଛି ତାହା ମଧ୍ୟ ଅଙ୍ଗେ ଲିଭାଉଛି ଏହି ସାମ୍ବାଦିକ ଜଣକ । ଯଦି ଆଜି ସମୀକ୍ଷା କରିବା ଆଜିର ସମାଜରେ ଜଣେ ସାମ୍ବାଦିକ ହିଁ ପ୍ରକୃତରେ ଜଣେ ସମାଜସେବୀ । କିନ୍ତୁ ନିଷ୍ଠୁର ରାଜନୀତି ତାକୁ ସମ୍ମାନ ଦେବା ଭୁଲି ଯାଉଛି । କରୋନା ସଂକ୍ରମଣ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଥମେ ସାମ୍ବାଦିକଙ୍କୁ ସମ୍ମାନ ଦେଇଥିଲେ ଏବଂ ସମ୍ମାନ ଦେବାକୁ ଆହ୍ୱାନ କରିଥିଲେ । କିନ୍ତୁ ସମାଜ ତାକୁ ଗ୍ରହଣ କଲା ନାହିଁ । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମ୍ବାଦିକର ଭୂମିକା ଯେ କେତେ ଉପରେ ଏ କଥା ଗଭୀର ଭାବେ ଚିନ୍ତା କଲେ ହିଁ ଜାଣି ପାରିବେ । ତଥାପି ଆଜି ସାମ୍ବାଦିକ ଜଣେ ବିଭିନ୍ନ ସ୍ଥାନରେ ଖବର ସଂଗ୍ରହ କରୁଥିବା ବେଳେ ମାଡ଼ ଖାଉଛି । ଅଧିକାରୀ ମାନେ ମଧ୍ୟ ସେମାନଙ୍କ ସହଯୋଗ କରିବାରେ ବେଳେ ବେଳେ ପଛାଉଛନ୍ତି । ଏଭଳି କ୍ଷେତ୍ରରେ ମଧ୍ୟ ସାମ୍ବାଦିକ ମାନବିକତା ହରାଇ ବସି ନାହିଁ । ଆହୁରି ମଧ୍ୟ ଦେଖା ଯାଇଛି କେତେକ ଜିଲ୍ଲାରେ ଜିଲାପାଳ ମାନେ ମଧ୍ୟ ଜଣେ ସାମ୍ବାଦିକଙ୍କୁ ଫେକ ସାମ୍ବାଦିକ ବୋଲି ବିଚାର ଶୁନ୍ୟ ଭାବରେ କହିବା ନଜରକୁ ଆସିଛି । ଜଣେ ସାମ୍ବାଦିକର କର୍ତ୍ତବ୍ୟ  ହେଉଛି ସମ୍ବାଦ ସଂଗ୍ରହ କରିବା । ବଞ୍ଚିବା ପାଇଁ ଦୁଇ ପଇସା ଅର୍ଜନ କରିବା କେବେ ବି ଜଣେ ସାମ୍ବାଦିକର ମାନସିକତା ନୁହେଁ । କେଉଁଠି ଦୁର୍ନୀତି ହେଉଛି । କେଉଁଠି ନିୟମ ଭଙ୍ଗ ହେଉଛି । କେଉଁଠି ମନମୁଖୀ ଶାସନ ହେଉଛି । ତାକୁ ପଦାରେ ପକେଇବା ଏବଂ ଜଣେ ସାଧାରଣ ଲୋକଙ୍କୁ ଉଦ୍ଧାର କରିବା ଏକମାତ୍ର ଲକ୍ଷ୍ୟ । ଏଭଳି କ୍ଷେତ୍ରରେ ଆଜି ଭାରତ ବର୍ଷରେ କରୋନା ଆତଙ୍କ ବେଳେ ଜଣେ ସାମ୍ବାଦିକର ଭୂମିକା ଯେ କେତେ ଉର୍ଦ୍ଧରେ କେବେ ଆକଳନ କରାଯାଇଛି କି ? ନା ଜଣେ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ହିସାବରେ ବିବେଚନା ହେଉ କିମ୍ବା ସମ୍ବର୍ଦ୍ଧନା ହେଉ କରାଯାଇଛି କି ? କେବଳ ନିର୍ଯ୍ୟାତନା ! ତମେ ଫେକ ସାମ୍ବାଦିକ ! ତମେ ମିଛ ଖବର ଛାପୁଛ ! ଏଭଳି କ୍ଷେତ୍ରରେ ମଧ୍ୟ ଜଣେ ସାମ୍ବାଦିକ ତାର ମାନବିକତା ହରାଇ ନାହିଁ । ଆଜି ଏଭଳି ଏକ ଜ୍ଵଳନ୍ତ ଦୃଷ୍ଟାନ୍ତ ମିଳିଛି । ସରକାର ପ୍ରବାସୀ ଓଡ଼ିଆଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରି ଚାଲିଛନ୍ତି । ସେ ଭିତରେ ଅନେକାଂଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବସରେ ସେମାନଙ୍କୁ ଆଣିବା ବେଳେ ବସ ଵାଲା ଅଧା ବାଟରେ ଛାଡି ଦେଉଛି । ଦୁଇ ଦିନ ତଳେ କିଛି ପ୍ରବାସୀ ଓଡ଼ିଆଙ୍କୁ ବ୍ରହ୍ମପୁର ସହର ଉପକଣ୍ଠରେ ଛାଡି ଦେଇ ବସଟି ଚାଲିଗଲା । ସେମାନେ ରାତି ଅଧରେ ପିଲା ମାଇକିନା ଧରି ଫୁଲବାଣୀ ଚାଲି ଚାଲି ଯାଉଥିବା ବେଳେ ଜଣେ ସାମ୍ବାଦିକ ହିଁ ସେଠାରେ ପହଞ୍ଚି ସେମାନଙ୍କୁ ସାହାର୍ଯ୍ୟ କରିଲା । ଏଭଳି ଅନେକ ଘଟଣା ଘଟି ଯାଇଛି ତାକୁ ଏହି ସାମ୍ବାଦିକ ହିଁ ସାହାର୍ଯ୍ୟ କରିଛି ।ଆଜି ବି ସେହି କଥା । ସକାଳ ୧୦ଟା ସମୟରେ ଓଡିଆ ପ୍ରବାସୀମାନଙ୍କୁ ନେଇ ସୁରତରୁ ଆସିଥିବା ଏକ ବସ୍ ଛତ୍ରପୁର ସହର ଉପକଣ୍ଠରେ ମହିଳା ବିଦ୍ୟାଳୟ ନିକଟରେ ଦୁଇ ଜଣକୁ ଛାଡି ଦେଇ ଚାଲିଗଲା । ଜାଣିକୁ ହେଉ କିମ୍ବା ଅଜାଣନ୍ତରେ ହେଉ । ସେହି ଦୁଇ ଜଣଙ୍କର ଅସୁବିଧା ସମ୍ଭାଳି ନ ପାରି ଜଣେ ସାମ୍ବାଦିକ ହିଁ ମାନବିକତା ଦେଖାଇ ସାହାର୍ଯ୍ୟ କରିଲା । ପ୍ରତି ବଦଳରେ ତାର କଣ ଆଶା ଥିଲା । କେବଳ ମାନବିକତା । ସେହି ବସଟି ପଟଲାମପୁର ପଞ୍ଚାୟତକୁ ଯାଉଥିଲା । ସେତେବେଳେ ଆମ ସମୃଦ୍ଧ ଓଡିଶାର ପ୍ରତିନିଧି ନିମାଇଁ ଚରଣ ପଣ୍ଡା ସେହି ରାସ୍ତା ଦେଇ ଯିବା ବେଳେ ଏହି ଦୁଇ ଜଣକୁ ରାସ୍ତା ଉପରେ ଓହ୍ଲାଇବାକୁ ଚେଷ୍ଟା କରୁଥିବା ଦେଖି ବ୍ଲକ ଅଫିସର ତହସିଲଦାରଙ୍କୁ ଫୋନ କରି ଜଣାଇଥିଲେ । ସେମାନଙ୍କୁ ସାହାର୍ଯ୍ୟ କରିବାକୁ ମାନବିକତା ପ୍ରଦର୍ଶନ କରି ବିଭାଗୀୟ ଅଧିକାରୀ ତଥା ବିଡିଓ ତହସିଲଦାରଙ୍କୁ ଫୋନ କରି ଜଣାଇଲେ । ସେମାନଙ୍କ କାର୍ଯ୍ୟାନୁଷ୍ଠାନ ହେବା ପୂର୍ବରୁ ଏହି ଦୁଇ ଜଣଙ୍କୁ ଆମ୍ବୁଲାଏନ୍ସ ଡକାଇ କ୍ଵାରନଣ୍ଟାଇନକୁ ପଠାଇଲେ । ଅବଶ୍ୟ ଏଭଳି ମାନବିକତାକୁ ଜନସାଧାରଣ ପ୍ରଶଂସା କଲେ । ଅଫିସର ମାନେ ମଧ୍ୟ ପ୍ରସଂଶାର ପାତ୍ର ହେଲେ । କିନ୍ତୁ ପ୍ରକୃତ ମାନବିକତା ସାମ୍ବାଦିକଙ୍କ ପାଖରେ ରହିଲା ନା ? ଅଧିକନ୍ତୁ ଏହି ସାମ୍ବାଦିକ ନିମାଇଁ ଚରଣ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲେ ଏବଂ ଅଫିସର ମାନେ ମଧ୍ୟ କୃତଜ୍ଞତା ଜ୍ଞାପନ କଲେ । ସାମ୍ବାଦିକତାର ମାନବିକତା କେତେ ଅଛି ଏଥିରୁ ଅନୁମାନ କରାଯାଏ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା