


ବ୍ରହ୍ମପୁର(ସମୃଦ୍ଧ ଓଡିଶା)ରାଜ୍ୟରେ କାର୍ଯ୍ୟରତ ସାମ୍ୱାଦିକଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଥିବା ଗୋପବନ୍ଧୁ ସ୍ୱାସ୍ଥ ବୀମା ଯୋଜନାର ରାଶି କୁ ଦୁଇ ଲକ୍ଷ ରୁ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହାକୁ ନେଇ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଯାଇଛି । ଏହି ଅବସରରେ ବ୍ରହ୍ମପୁର ପ୍ରେସ କ୍ଲବ ପରିସରରେ ବରିଷ୍ଠ ସାମ୍ୱାଦିକ ନାରାୟଣ ମହାଙ୍କୁଡଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ଉପସ୍ଥିତ ରହି ଚଳିତବର୍ଷ ସରକାର ଙ୍କ ପକ୍ଷରୁ କାର୍ଯ୍ୟରତ ସାମ୍ୱାଦିକଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ଅନଲାଇନ୍ ୱେବ ସାଇଟ୍ ନିଜର ନାମ ପଞ୍ଜିକରଣ କରିବାକୁ ସ୍ଥିର ହୋଇଛି । ଏଥିଯୋଗୁଁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଏଥିପାଇଁ ଆବଶ୍ୟକିୟ ସମସ୍ତ ନଥିପତ୍ରକୁ ଅନଲାଇନ୍ ମାଧ୍ୟମରେ ନିଭୁଲ ଭାବରେ ଦାଖଲ କରିବେ କିପରି ସେ ନେଇ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବରିଷ୍ଠ ସାମ୍ୱାଦିକ ମନୋଜକାନ୍ତ ଦାଶ ,ଶକ୍ତିଧର ରାଜଗୁରୁ , ଅଶୋକ କୁମାର ବ୍ରହ୍ମା , ବିଘ୍ନେଶ୍ୱର ସାହୁ , ସମୀର କୁମାର ଆଚାର୍ଯ୍ୟ ପ୍ରମୁଖ ଗୋପବନ୍ଧୁ ସ୍ୱାସ୍ଥ ବୀମା ଯୋଜନାର ରାଶି ବୃଦ୍ଧି ଏବଂ ଚଳିତବର୍ଷର ଅନଲାଇନ୍ ମାଧ୍ୟମରେ ଆବେଦନ କିପରି ସମସ୍ତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ସରକାରଙ୍କ ନିର୍ଦ୍ଧାରିତ ସମୟ ମଧ୍ୟରେ କରିପାରିବେ ତାହାକୁ ନେଇ ବିଭିନ୍ନ ବିଷୟରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଆସନ୍ତାକାଲି ଜିଲ୍ଲାପ୍ରଶାସନ ଜରିଆରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଧନ୍ୟବାଦ ପତ୍ର ପ୍ରଦାନ କରିବାକୁ ପ୍ରେସ କ୍ଲବର କାର୍ଯ୍ୟକାରୀ ସଭାପତି ଗୋପାଳ ପଟ୍ଟନାୟକ ପ୍ରସ୍ତାବ ଦେଇଥିବା ବେଳେ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱାଗତ ଭାଷଣ ଏବଂ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ବରିଷ୍ଠ ସାମ୍ୱାଦିକ ସୁଦୀପ କୁମାର ସାହୁ । ଏପରିକି ଏହି ଅବସରରେ ରାଜ୍ୟରେ କାର୍ଯ୍ୟରତ ସାମ୍ୱାଦିକଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ସହାୟତା ରାଶି 4 ଲକ୍ଷରୁ 10 ଲକ୍ଷ ଟଙ୍କା ବୃଦ୍ଧି କରିବା ସହିତ ଅବସରଗ୍ରହଣ କରୁଥିବା ସାମ୍ୱାଦିକଙ୍କ ପାଇଁ ପେନସନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ସରକାରଙ୍କ ନିକଟରେ ଦାବୀ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ୱାଦିକ ଦେବହରି ବେହେରା, ମୃର୍ତ୍ତୁଞ୍ଜୟ ସାହୁ ,ରାଜେଶ କୁମାର ସାହୁ,ସିମାଞ୍ଚଳ ସାହୁ, କିରଣ କୁମାର ମିଶ୍ର, ଝିଲି ସାହୁ, ଅଭିଜିତ କର, ନରସିଂହ ଡାକୁଆ, ସୁଶାନ୍ତ କୁମାର ପଣ୍ଡା, ବି କେ ବିଶାରଦ, ଅନନ୍ତ ରାମ ପ୍ରଧାନ, ବାବୁଲା ପାଣିଗ୍ରାହୀ, ଅମର ଦାସ, ମନୋଜ କୁମାର ପାତ୍ର, ରୂପକ ମହାନ୍ତି,କାଳୀ ପ୍ରସାଦ ରଥ, ସ୍ଵାଧୀନ କୁମାର ସାହୁ, ଗୌରୀ ଶଙ୍କର ମିଶ୍ର, ଡି ଗୋପାଳ ରେଡ୍ଡୀ, ସୁବୋଧ ଚନ୍ଦ୍ର ପରିଚ୍ଛା,ଦିନେଶ ପଟ୍ଟନାୟକ, ନିର୍ମଳ ସାହୁ, ଉମା ଶଙ୍କର ମିଶ୍ର, ପ୍ରଶାନ୍ତ ପ୍ରତିନିଧି, ଆର ଶଙ୍କର ପାତ୍ର, ସୋମନାଥ ସାହୁ, ରୂପେଶ କୁମାର ପଣ୍ଡା, ଶ୍ରୀକାନ୍ତ କୁମାର ବେହେରା, ନିମାଇଁ ଚରଣ ପଣ୍ଡା, ଦୟାନନ୍ଦ ସାହୁ ଙ୍କ ସମେତ ବ୍ରହ୍ମପୁର ସହରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।