ସାରିଆପଲ୍କୀ ଗ୍ରାମରେ “ମକର ମେଳା”…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାର ଓଡ଼ିଆ – ଆନ୍ଧ୍ର ସମାନ୍ତରେ ଗାରବନ୍ଦ ଥାନା ଅନ୍ତର୍ଗତ ଗୋଷାଣୀ ବ୍ଲକର ସାରିଆପଲ୍କୀ ଗ୍ରାମ ଉପକଣ୍ଠରେ ପୁରାଣ ପ୍ରସିଦ୍ଧ ତଥା ଐତିହାସିକ ଶୈବ ପୀଠ ପବିତ୍ର ମହେନ୍ଦ୍ରଗିରି ପାଦଦେଶରେ ଥିବା ସୀତା-ପାହାଡରେ ବିରାଟ ମକର – ମେଳା ଅନୁଷ୍ଠିତ ହୋଇଛି । ଓଡ଼ିଶା – ଆନ୍ଧ୍ର ସୀମାନ୍ତରେ ଏହି ମେଳା ପ୍ରତିବର୍ଷ ଭଳି ଅନୁଷ୍ଠାନ ହୋଇଥିବା ଯୋଗୁଁ ଉଭୟ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ମକର ସଂକ୍ରାନ୍ତି ପରଦିନ ଏହି ପର୍ବତ ଉପରେ ବିରାଟ ମକର ମେଳା ଅନୁଷ୍ଠିତ ହୋଇଥାଏ । ପୂରାଣ ବଣ୍ଣିତ ପ୍ରକାରେ ଲିଖିତ ଥିବା ଏଠାକାର ପୂଜକ ତଥା ମହେନ୍ଦ୍ରଗିରି ଆଶ୍ରମର ସାଧକ ସନୁସ୍ୱାମୀ ଭାସ୍କର ତଥା ଲକ୍ଷ୍ମୀ ବାବା ଏହି ସୀତା ପର୍ବତ ଉପରେ ପବିତ୍ର ମକର ସଂକ୍ରାନ୍ତି ବା ମକର ମେଳା ସମ୍ପର୍କିରେ କହିଛନ୍ତି ଯେ, ସୀତା ପର୍ବତ ଓଡିଶା – ଆନ୍ଧ୍ର ସୀମାନ୍ତରେ ବିଦ୍ୟମାନ ଅନ୍ୟପକ୍ଷରେ ଏହି ସୀତା ପର୍ବତ ପୂରାଣ ପ୍ରସିଦ୍ଧି ତଥା ଐତିହାସିକ ଶୈବ ପୀଠ ପବିତ୍ର ମହେନ୍ଦ୍ରଗିରି ଅଂଶ ବିଶେଷ ତଥା ପାଦଦେଶରେ ରହିଛି । ଭଗବାନ ରାମଚନ୍ଦ୍ର ବନବାସ ସମୟରେ ସୀତା ମାତା ଓ ଭାଇ ଲକ୍ଷ୍ମଣ ସହ ଏଠାକୁ ଆସିଥିଲେ । ସେହି ସମୟରେ ଏହି ପାହାଡ ଉପରେ ମା’ସୀତା ଦେବିଙ୍କ ଏକାନ୍ତ ବାସ ତଥା ମାସିକ ରୁତୁ ହୋଇଥିଲା । ମା’ସୀତାଙ୍କ ଆଂଠେଇବା ଚିହ୍ନ ମଧ୍ୟ ରହିଛି । ସେହି ଆଂଠେଇବା ଚିହ୍ନି ଠାରେ ମା’ସୀତାଙ୍କ ମନ୍ଦିର ଅଙ୍ଗରେ ସ୍ଥାପନ କରାଯାଇଛି । ତେଣୁ ବହୁ ସଂଖ୍ୟାରେ ଝିଅ ଓ ଯୁବତୀମାନେ ଏହି ମକର ମେଳାକୁ ଆସି ସୀତା ମାଙ୍କ ମନ୍ଦିରରେ ସୀତା ମାଙ୍କ ଆଂଠେଇବା ଚିହ୍ନିରେ ହଳଦୀ, କୁଙ୍କୁମ ଓ ସିଦୂର ପ୍ରଭୃତି ଲଗାଇ ପୂଜାର୍ଚ୍ଚନା କରନ୍ତି । ଏହା ଅନ୍ୟ ପକ୍ଷରେ ଶ୍ୱେତ ପର୍ବତ ଅଟେ ଏବଂ ଏଠାରେ ଶ୍ୱେତଶ୍ୱର ମହାଦେବ ଅଛନ୍ତି। ରାମ ଭକ୍ତ ପ୍ରଭୁ ହନୁମାନ ଏହି ପର୍ବତକୁ ଆସିଥିଲେ ଏବଂ ମହେନ୍ଦ୍ର ଯିବା ସମୟରେ ପ୍ରଭୁ ହନୁମାନଙ୍କ ନିବାସ ଏହିଠାରେ ହଁ ହୋଇଥିଲା ଏବଂ ସେ ସେଠାରେ ତପସ୍ୟା କରିବା ସହ ଏଠାରୁ ଲଙ୍କାକୁ ଲମ୍ଫ ପ୍ରଦାନ କରିଥିବା ପୁରାଣରେ ଜଣାଯାଏ । ତେଣୁ କରି ଏହି ସୀତା ପାହାଡ ଅତ୍ୟନ୍ତ ପବିତ୍ର । ଯେତେବେଳେ ଭଗବାନ ରାମଚନ୍ଦ୍ର ରାବଣକୁ ବଦ୍ଧ କରି ଏହି ପର୍ବତକୁ ଫେରିଥିଲେ ସେତେବେଳେ ଏଠାରେ ସ୍ଥାପନା ଅଞ୍ଚଳ ବାସୀ ଓ ବନବାସୀ ମାନେ ଭଗବାନ ରାମଚନ୍ଦ୍ରଙ୍କୁ ସ୍ୱାଗତ କରିଥିଲେ । ରାମଚନ୍ଦ୍ରଙ୍କ ପୁଷ୍କକ ବିମାନ ମଧ୍ୟ ଏଠାରେ ଓହ୍ଲାଇଲେ ଥିଲେ । ତେଣୁ ଏହି ପର୍ବତ ଉପରେ ମକର ମେଳା ସହିତ ବିଜୟ ମହା ଉତ୍ସବ ମଧ୍ୟ ଏଠାରେ ମକର ସଂକ୍ରାନ୍ତି ବାସି ତଥା ସଂକ୍ରାନ୍ତି ପରଦିନ ଅନୁଷ୍ଠିତ ହୋଇଥାଏ । ଏଠାରେ ଭାତୃତା ତଥା ମକର ଓ ସଙ୍ଗାତ ବନ୍ଦନରେ ବନ୍ଦା ହେବା ପାଇଁ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଯୋଡି ଯୋଡି ହୋଇ ଯୁବକ ଓ ଯୁବତୀ ମାନେ ସାଙ୍ଗ ହୋଇ ଆସି ଏହି ବନ୍ଦନରେ ମା’ସୀତା ଦେବି ଓ ଅଗ୍ନି କୁଣ୍ଡକୁ ସାଖିରଖି ସାରା ଜୀବନ ପାଇଁ ସୁଖ ଓ ସ୍ନେହରେ ବନ୍ଦନରେ ବନ୍ଦୀ ହୋଇଥାନ୍ତି । ଯାହା ଅତୁଟ ରହିଥାଏ । ଏହି ପର୍ବତର ସ୍ଥାନେ ସ୍ଥାନେ ପୂର୍ବରୁ ମୁନୀରୁସୀ ମାନଙ୍କର ପଥର ଗୋମ୍ ସବୁ ଅତ୍ୟନ୍ତ ଅକ୍ଷତ ଅବସ୍ଥାରେ ରହିଛି । ଏତେ ସବୁ ମାହାତ୍ମ୍ୟ ଓ ପୌରାଣିକ ପରମ୍ପରା ସବୁ ଭରି ରହିଥିବା ଯୋଗୁଁ ଏବଂ ଏହି ପର୍ବତ ଓଡିଶା – ଆନ୍ଧ୍ର ସୀମାନ୍ତରେ ରହିଥିବା ଯୋଗୁଁ ପ୍ରତିବର୍ଷ ଏହି ଅନୁଷ୍ଠିତ ମକର ମେଳାରେ ଉଭୟ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ମେଳାକୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗରବନ୍ଦ ଥାନ ପକ୍ଷରୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ବ୍ୟପକ ପୋଲିସ ମୁତୟନ କରାଯାଇଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା