




ରାୟଗଡା,(ସମୃଦ୍ଧ ଓଡିଶା )ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ମଓପ୍ରଭାଭିତ ଗ୍ରାମ ବାସୀନ୍ଦାଙ୍କୁ ରାୟଗଡା ଚତୁର୍ଥ ସିଆରପିଏଫ ବାଟାଲିଅନ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି । ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ସାନ ଅତଡା, ବଡ଼ଅତଡା, ପଦଲରାଇ ଗ୍ରାମର ୧୪୫ଜଣ ଲୋକଙ୍କୁ କମ୍ବଳ ବଣ୍ଟାଯାଇଥିବା ଜଣାପଡିଛି । ଏହି ସାମାଜିକ କର୍ଯ୍ୟକ୍ରମର ଲକ୍ଷ୍ୟ ଉକ୍ତ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସହ ସୁରକ୍ଷାକର୍ମୀଙ୍କ ମଧୁର ସମ୍ପର୍କ ସ୍ଥାପନ କରିବା ଏବଂ ଏହା ମାଓ ଦମନରେ ସୁରକ୍ଷା କର୍ମୀଙ୍କୁ ସହଯୋଗ ହେବ ବୋଲି ସୂଚନା ଦେଇଛନ୍ତି ସି.ଆର.ପି.ଏଫ ଦୂତୀୟ କମଣ୍ଡାଣ୍ଟ ମିତୁ ରୋୟ । ଏହି ଅବସରରେ ଅତିରିକ୍ତ କମାଣ୍ଡାଣ୍ଟ ମୁକେଶ କୁମାର, ଶେଷଖାଲ ଥନା ଭାରପ୍ରାପ୍ତ ଅଧିକାରୀ ପୀଥବାସ ଧ୍ରୁବ୍, କେରେଡା ସରପଞ୍ଚ ଗୋଣ୍ଡାଗୋରି ଗୋର୍ଭଧନ, ୱାର୍ଡମେମ୍ବର ମେଲକା ପୁଷ୍ପା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ