

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ସ୍ଥିତ ସିଆରପିଏଫ ୪ର୍ଥ ବାଟାଲିଅନ କମଣ୍ଡାଣ୍ଟ ୱାଇକେ ରାଜପୁତଙ୍କ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡ଼ିଆଇଜି) ଭାବେ ଆଇଜିପି ପଶ୍ଚିମ ସେକ୍ଟରକୁ ପଦୋନ୍ନତି ହୋଇଛି । ଶ୍ରୀ ରାଜପୁତ କମଣ୍ଡାଣ୍ଟ ରୂପେ ସିଆରପିଏଫ ୪ର୍ଥ ବାଟାଲିଅନରେ ଗତ ୨୦୧୭ ମସିହା ଜୁନ ମାସରେ ଯୋଗଦେଇଥିଲେ । ତାଙ୍କ ସମୟରେ ରାୟଗଡ଼ା ସମେତ ପଡୋଶୀ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ମଓ ଦମାନ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା । ଶ୍ରୀ ରାଜପୁତଙ୍କ ତତ୍ୱବାଧାନରେ ଗୁଇନ୍ଦା ସୁଚନା ଆଧାରରେ ସିଆରପିଏଫ ସୁରକ୍ଷା କର୍ମୀମାନେ ମାଓ ବିରୋଧୀ ଅପରେଶନ ସଫଳତା ପୂର୍ବକ କରିବା ସହିତ ଅନେକ ଅଞ୍ଚଳକୁ ମାଓ ମୁକ୍ତ କରିଛନ୍ତି । ଏଥିସହିତ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ଶ୍ରୀ ରାଜପୁତ ଉଲେଖନୀୟ କାର୍ଯ୍ୟ କରିଛନ୍ତି ସେହିପରି ମହାମାରୀ ଭୋଲି ପ୍ରତିକୂଳ ପରିସ୍ଥିତିରେ ଅନେକ ଗାଁରେ ପହଁଚି ଗ୍ରାମବାସୀଙ୍କୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ଯୋଗାଇ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟିଛନ୍ତି ।