ସୁଦାମ ବିଦେଶରେ ଚାକିରୀ କରେ l ସେ ବୀରଭଦ୍ର ପୁର ଗ୍ରାମର ମନୀନ୍ଦ୍ର ଧଳ ସାମନ୍ତଙ୍କ ପୁଅ l ଗାଁ କଲେଜରେ ପାଠ ଶେଷ ନହେଉଣୁ ଚାକିରୀ ଆସିଗଲା l ଯୁକ୍ତ ତିନି ଶ୍ରେଣୀର ଶେଷ ବର୍ଷର ଛାତ୍ର ଥିଲା l ଇଣ୍ଟରଭିୟୁ ଦେଉ ଦେଉ ମିଳିଗଲା ଚାକିରୀ l ପାଠ ଛାଡ଼ିଦେଇ, ଜୀବନର ପ୍ରଥମ ଚାକିରୀ ସ୍ୱାଦ ପାଇଁ ଯୋଗ ଦେଲେ l ପ୍ରାୟ ସାତ ବର୍ଷ ବିଦେଶ ଚାକିରୀ ଜୀବନ କଟାଇ ଓଡିଶା ମାଟିକୁ ଟ୍ରାନ୍ସଫର ହୋଇ ଆସିଲେ l ସେତେବେଳେକୁ ବୟସ ପାଖାପାଖି ତିରିଶ l ମନୀନ୍ଦ୍ର ବାବୁ ପୁଅର ବାହାଘର ପାଇଁ ବ୍ୟସ୍ତ l ତିନି ଚାରିଟି ପ୍ରସ୍ତାବ ଦେଖିଲେଣି l ମନକୁ ଯାଉନାହିଁ l ହଠାତ, ଦିନେ ପୁଅ ଘରକୁ ଆସିଥାଏ l ବୁଢ଼ୀ ମାଆକୁ ସ୍ବପ୍ନ ଦେଖି l ମାଆର ମୁହଁ କୁଆଡେ ତା ଆଗରେ ଦେଖାଯାଏ l ମନ ଭଲ ଲାଗିଲା ନାହିଁ, ଘରକୁ ଯାଇ ବୁଲି ଆସିଲେ l ସବୁ ଠିକ ହୋଇଯିବ l ଯେଉଁ ଦିନ ଚାକିରୀକୁ ଫେରିଯିବ, ସେହି ଦିନ ବୋଉ ତାର ଶୁଭଖବର ଶୁଣାଇଲା, ପୁଅକୁ l ତୋ ବାହାଘର ପାଇଁ ଖୋଜା ଚାଲିଛି l ତୋର ମତ କଣ କହ l ପୁଅ ସୁଦାମ, କିଛି ସମୟ ଅଟକି ଗଲା l ବୋଉ ତୁ ବ୍ୟସ୍ତ ହନl, ଆଉ କିଛି ବର୍ଷ ଯାଉ l ଏହା କହି ଚାକିରୀ ସ୍ଥାନକୁ ଚାଲିଗଲା l ପିତାମାତାଙ୍କ ସନ୍ଦେହ ବଢିଲା l କଣ ପାଇଁ ମନା କରୁଛି l ବୋଧେ ସିଆଡେ କୁଆଡେ ସ୍ଥିର କରିଛି l ମାଆ ବାସନ୍ତୀ କହୁ କହୁ କହିଦେଲେ l ଭଲ ହେଲା, ମୋ ପୁଅ ଯାହା କରିବ, ଆମ ପାଇଁ ଠିକ l ସେ ତା ମନଲାଖି ଝିଅଟେ ପସନ୍ଦ କରି ବାହା ହେବ l ସୁଖର ସଂସାର କରୁ l ସିନ୍ଦୁର ଯାହା ମଥାରେ ଦେବ l ବଜ୍ର ହେଉ l ବିଦେଶରେ ଥିଲା ବେଳେ ଜଣେ ଅଣଓଡ଼ିଆ ଝିଅକୁ ଭଲ ପାଇଥିଲା l ଶେଷରେ ସେହି ଝିଅକୁ ବାହାହେଲା ଏକ ମନ୍ଦିରରେ l ନିଜ ହାତରେ ସିନ୍ଦୁର ପିନ୍ଧାଇ, ମୁଣ୍ଡରେ ଓଢଣୀ ଦେଇ ସ୍ତ୍ରୀର ମାନ୍ୟତା ଦେଲା l ତା ପରେ କିଛି ଦିନ ପରେ ନିଜ ଗାଁକୁ ଫେରିଲା l ସେତେବେଳେକୁ ଅନ୍ତସତ୍ତା l ମା’ କହିଲା, ବାହାଘରର ପ୍ରମାଣ ପତ୍ର କରିଛୁ l ପୁଅ ସୁଦାମ କହିଲା, ସେ କଣ ଦରକାର l ମୁଁ ତ ତା ମୁଣ୍ଡରେ ନାଲି ସିନ୍ଦୁର ଦେଇଛି l ଆଉ କଣ ଦରକାର l ଏହାହିଁ ସ୍ୱୀକୃତି l ବୋଉ ଆଉ ଗୋଟେ ଖୁସିର ଖବର l ତୁ ବୁଢ଼ୀ ମାଆ ହେବାକୁ ଯାଉଛି l ଆଉ ବାରଣ କଣ l ଆମ ଦୁହିଁଙ୍କୁ ନିଜର କରି ନେ l ତୋର ଆଉ କିଏ ଆଗକୁ ନା ପଛକୁ ଅଛି l ବୋଉ ଏ ସିନ୍ଦୁରର ମୂଲ୍ୟ ତୁ ଭଲ ଭାବେ ବୁଝିଛୁ l ତେଣୁ ତୋ ଆଶୀର୍ବାଦ ଦରକାର ଏତିକି କାମନା l
ଗାଳ୍ପିକ : ମନୋଜ କୁମାର ଦାସ
ଆଳିଜଂଗ, କପାଳେଶ୍ୱର, କେନ୍ଦ୍ରାପଡ଼ା