



ସୋରଡ଼ା(ସମୃଦ୍ଧଓଡିଶା)ଆଜି,ତା.୨୭.୪.୨୦୨୪ରିଖ ଦେଶରେ ସାମ୍ପ୍ରଦାୟିକ ଫାସିବାଦ ଓ କର୍ପୋରେଟ ସପକ୍ଷବାଦୀ ନୀତି ବିରୁଦ୍ଧରେ ସିପିଆଇ (ଏମ୍.ଏଲ)ସମର୍ଥିତ ପ୍ରାର୍ଥୀ ସାଥୀ ଅବନୀ ଗୟା ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ପ୍ରଥମ ଦିବସରେ ସୋରଡା ନିର୍ବାଚନ ମଣ୍ଡଳୀପାଇଁ ବିଧାୟକ ପ୍ରାର୍ଥୀ ଭାବେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଏହି ପରିପ୍ରେକ୍ଷୀରେ ଚାଷୀ ମୁଲିଆ ସଂଘ ତଥା ବିପ୍ଲବୀ କମ୍ୟୁନିଷ୍ଟ ପାର୍ଟି ସିପିଆଇ(ଏମ.ଏଲ)ନେତୃତ୍ଵରେ ଭଞ୍ଜନଗର ନୂଆଁ ବସ ଷ୍ଟାଣ୍ଡ ଠାରୁ ଶୋଭାଯାତ୍ରା ବାହାରିଥିଲା l ପ୍ରାର୍ଥୀ ପତ୍ର ଦାଖଲ ବେଳେ ଜିଲ୍ଲା ସମ୍ପାଦକ କମ୍ରେଡ ନିରାକାର ନାୟକ,ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ସାଥୀ ଗଗନ ଚନ୍ଦ୍ର ମଲ୍ଲିକ,ଅଲ୍ ଇଣ୍ଡିଆ କ୍ଷେତ ମଜଦୂର କିସାନ ସଭା ଜିଲ୍ଲା କମିଟି କମ୍ରେଡ୍ ରଞ୍ଜନ ଶବର, କମ୍ରେଡ୍ ଲଡୁ ଶବର, କମରେଡ କୈଳାସ ମଲ୍ଲିକ, ଚାଷୀ ମୂଲିଆ ସଂଘ,ଓଡ଼ିଶା ଏଆଇକେଏମକେଏସ ସୋରଡା ବ୍ଲକ କମିଟି ସଦସ୍ୟ ଅରକ୍ଷିତ ବାଡତ୍ୟା,ବାବୁ ନାଇକ,ରେଣୁ ପଲାଇ, ବୁଗୁଡ଼ା ବ୍ଲକ ସାଥୀ ପ୍ରକାଶ ନାଇକ,ସାଥୀ ଦାସ ରଥି ନାଇକ,ଜଗନ୍ନାଥ ପ୍ରସାଦ ବ୍ଲକ ସନିଆସି ନାଇକ, ସଞ୍ଜୟ ନାଇକ ସମେତ ଶହ ଶହ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ପଣ୍ଡା