ସିପିଆଇ(ଏମ୍‌)ର ଆଞ୍ଚଳିକ ସମ୍ମିଳନୀ – ସାମ୍ପ୍ରଦାୟକ ଦଳକୁ ପ୍ରତିହତ ଲାଗି ଆହ୍ୱାନ : କମ୍ୟୁନିଷ୍ଟ ସହଯୋଗରେ କଂଗ୍ରେସ ହିଁ ବିକଳ୍ପ ଦଳ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେ ସାମ୍ପ୍ରଦାୟିକ ଦଳ ବିଜେପି ଓ ଆର୍‌ଏସ୍‌ଏସ୍‌କୁ ପ୍ରତିହତ କରିବାଲାଗି କମ୍ୟୁନିଷ୍ଟ ସହଯୋଗରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ଆଜି ଚତୁର୍ଦ୍ଦଶ ଆଂଚଳିକ ସମ୍ମିଳନୀରେ ମତପ୍ରକାଶ ପାଇଛି । ଜଳେଶ୍ୱରର ହୋଟେଲ ଇନ୍‌ରେ ଆୟୋଜିତ ଏହି ସମ୍ମିଳନୀରେ ଦିପ୍ତିମାନ ଆଚାର୍ଯ୍ୟ ପୌରହିତ୍ୱ କରି କମ୍ୟୁନିଷ୍ଟି ହିଁ ଏକମାତ୍ର ଦଳ ତୃଣମୂଳ ସ୍ତରରୁ ଏହା ନେତା ନିର୍ବାଚିତ କରିଥାଏ ବୋଲି କହିଥିଲେ । ଏଥିରେ ସମ୍ପାଦକ ଦିଲ୍ଲିପ ଗିରି ଜନସମାସ୍ୟା ପାଇଁ ଲଢେଇ ଓ ସଂଗଠନକୁ ମଜବୁତ୍ କରିବାକୁ ବାମପନ୍ଥୀ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥାଏ ବୋଲି କହିଥିଲେ । ବାମ ପନ୍ଥି ଆନ୍ଦୋଳନ ଦୁର୍ବଳ ନୁହେଁ ବରଂ କଂଗ୍ରେସ ସହିତ ମିଳିତ ହୋଇ ଦେଶରେ ଏକ ବିକଳ୍ପ ଶକ୍ତିଭାବେ ଛିଡା ହୋଇ ପାରିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂପାଦକ ମଣ୍ଡଳୀ ସଭ୍ୟ ସିତାଂଶୁ ସେନାପତି ସମ୍ମିଳନୀକୁ ଉଦ୍‌ଘାଟନ କରି ସମ୍ମିଳନୀର ସଫଳତା କାମନା କରିଥିଲେ । ଜିଲା ସଂପାଦକ ଶିଶିର କୁମାର ହୁଇ ଏଥିରେ ଯୋଗ ଦେଇ ଅନ୍ୟ ରାଜନୈତିକ ଦଳଗୁଡିକ ବ୍ୟକ୍ତି କୈନ୍ଦ୍ରୀକ ହୋଇଥିବା ବେଳେ ସିପିଆଇ(ଏମ୍‌) ଆଞ୍ଚଳିକ ସ୍ତରରୁ କେନ୍ଦ୍ର ପର୍ଯ୍ୟନ୍ତ ଗଣତାନ୍ତ୍ରୀକ ପଦ୍ଧତିରେ ନେତା ନିର୍ବାଚିତ କରିଥାଏ । ସରପଂଚ ଦିଲ୍ଲିପ ପରିଡା, ଆରତୀ ପଲେଇ, ଇନ୍ଦୁ ମାଧବ ମହାନ୍ତି, ମମି ପଣ୍ଡା ଯୋଗ ଦେଇ ବକ୍ତବ୍ୟ ରଖ୍‌ôଥିବା ବେଳେ ନିର୍ବାଚିତ ୨୪ଜଣ ପ୍ରତିନିଧି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ୪ବର୍ଷର ରାଜନୈତିକ ଓ ସାଂଗଠନିକ ଚିଠା ପ୍ରସ୍ତୁତ କରାଯାଇଥିଲା । କରୋନା ସଂକ୍ରମଣ କାଳରେ ବିଶେଷ ସହଯୋଗ ଲାଗି ଦିଲ୍ଲିପ ପରିଡା ଓ ଜୀବନ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ କାର୍ତ୍ତିକ ଚନ୍ଦ୍ର ଦାସ ଲାଲ ପତାକା ଉତ୍ତୋଳନ କରିଥିବା ବେଳେ ପ୍ରତିନିଧିମାନେ ସହିଦ୍ ବେଦୀରେ ମାଲ୍ୟାର୍ପଣ କରିଥିଲେ । ଜିତାଂଶୁ ନନ୍ଦୀ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ୩ ବର୍ଷଲାଗି ଆଂଚଳିକ କମିଟିର ସଂପାଦକଭାବେ ଦିଲ୍ଲିପ ଗିରି ନିର୍ବାଚିତ ହୋଇଥିଲେ । ଆସନ୍ତା ଦିନରେ ଯୁବ ଛାତ୍ର, ମହିଳା, କୃଷକ ସଂଗଠନକୁ ସୁଦୃଢ କରିବାକୁ ସ୍ଥିର କରାଯାଇଛି । ଆସନ୍ତା ଅକ୍ଟୋବର ୪ ଓ ୫ତାରିଖରେ ଜିଲା ସମ୍ମିଳନୀ ନିଳଗିରିଠାରେ ହେବ ବୋଲି ଘୋଷଣା କରାଯାଇଥିଲା । ସମ୍ମିଳନୀପରେ ଏକ ବାଇକ୍ ର‌୍ୟାଲି ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ : ଭୂପତି ପରିଡା