
ଭୁବନେଶ୍ୱର(ସମୃଦ୍ଧ ଓଡିଶା )ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ ହେବାପରେ ତାଙ୍କ ଦେହ ଅସୁସ୍ଥତା କାରଣରୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଚିଟଫଣ୍ଡ୍ ସଂସ୍ଥା ଅର୍ଥତତ୍ତ୍ୱ ସହିତ ଲିଙ୍କ୍ ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି । ତାଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ପୂର୍ବରୁ ଗିରଫ କରିସାରିଇଛି। ଉଭୟଙ୍କୁ ସିବିଆଇ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଗିରଫ କରାଯାଇଥିବା ବେଳେ ଆଶୀର୍ବାଦଙ୍କୁ ତାଙ୍କ କଟକ ବାସଭବନରୁ ଗିରଫ କରି ତାଙ୍କ ଅସୁସ୍ଥତା କାରଣରୁ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଦିନ ଭୋରରୁ ପାଖାପାଖି ୧୦ରୁ ୧୨ ଜଣିଆ ସିବିଆଇ ଟିମ୍ ଆଶୀର୍ବାଦଙ୍କ ବାସଭବନରେ ରେଡ଼୍ କରିଥିଲା । ପୂର୍ବରୁ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇ ଏକ କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗରେ ବହୁବାର ଜେରାର ସମ୍ମୁଖୀନ ହୋଇଥିଲେ ଆଶିର୍ବାଦ ବେହେରା ।