ସିଲ ହୋଥିବା ବାଲୁଙ୍କେଶ୍ୱର ବାଣ ମାର୍କେଟ ଖୋଲିଲା …

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଗୋଶାଣୀନୂଆଗାଁ ଥାନା ପୋଲିସ ଦ୍ୱାରା ସିଲ ହୋଥିବା ବ୍ରହ୍ମପୁରର ଅନ୍ଧପସରା ରୋଡ଼ ସ୍ଥିତ ବାଲୁଙ୍କେଶ୍ୱର ବାଣ ମାର୍କେଟ ଗତକାଲି ପୋଲିସ ପ୍ରଶାସନ ଉପସ୍ଥିତିରେ ଖୋଲିଲା । ଜିଲ୍ଲାପାଳଙ୍କଠାରୁ ୪୫ ଜଣ ବ୍ୟବସାୟୀଙ୍କୁ ଅସ୍ଥାୟୀ ଅନୁମତି ପତ୍ର ମିଳିବା ପରେ ବାଣ ମାର୍କେଟ ଖୋଲାଯାଇଥିବା ସୂଚନା ମିଳିଛି । ପ୍ରକାଶ ଥାଉ କି, ସୁପ୍ରିମକୋର୍ଟଙ୍କ ଦ୍ୱାରା ବାଣ ବିକ୍ରୀ ନେଇ କଟକଣା କରିବା ପରେ ଦକ୍ଷିଣ ଓଡ଼ିଶାର ବୃହତ୍ତ ବାଣ ବ୍ୟବସାୟ କେନ୍ଦ୍ର ବ୍ରହ୍ମପୁରସ୍ଥିତ ବାଲୁଙ୍କେଶ୍ୱର ବାଣ ମାର୍କେଟକୁ ଗୋଶାଣୀନୂଆଗାଁ ଥାନା ପୋଲିସ ବିନା କାଗଜପତ୍ରରେ ବେଆଇନ ବାଣ ବିକ୍ରୀ ହେଉଥିବା ଅଭିଯୋଗରେ ଗତ ୩୧ ତାରିଖରେ ସିଲ କରାଯାଇଥିଲା । ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯିବା ସହ ମାମଲାରେ ଉଭୟ ଗୋଶାଣୀନୂଆଗାଁ ଏବଂ ଟାଉନ ଥାନା ପକ୍ଷରୁ ୭ ଜଣ ବ୍ୟବସାୟୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪ ଜଣ ଆତ୍ମସମର୍ପଣ କରିଥିବା ସୂଚନା ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା