

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ସୁକୁଣ୍ଡାରୁ ଶ୍ରୀହରିଙ୍କ ଆଶ୍ରିବାଦ ନେଇ ଆରମ୍ଭ କରିଛନ୍ତି ନିର୍ବାଚନ ମଇଦାନ । ଏହି ଅବସରରେ ଶ୍ରୀ ପଣ୍ଡାଙ୍କ ପ୍ରଚାର କାର୍ଯ୍ୟ ଶୁଭାରମ୍ଭ ସ୍ଥାନ ସୁକୁଣ୍ଡା ଶ୍ରୀଲକ୍ଷ୍ମୀ ନୃସିଂହ ମନ୍ଦିର ଠାରୁ ୱାର୍ଡ ନଂ ୧ ଓ ୨ରେ ବହୁଳ ଭାବରେ ବିଜୁ ଜନତା ଦଳକୁ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାଷ ମହାରଣା, ମହିଳା ସଭାନେତ୍ରୀ ତଥା ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



