ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ତହସିଲ ଅଧିନ କାଦରାୟାଁ ଓ ଜଳେଶ୍ୱର ତହସିଲ ଅଧିନ କୋଟସାହି ପଂଚାୟତର ସାନରାଉତପଡା ମୌଜାରୁ ପ୍ରତ୍ୟେକଦିନ ବାଲି ମାଫିଆମାନେ ଶହ ଶହ ଗାଡି ବାଲି ବେଆଇନ ଭାବେ ଉତ୍ତଳନ କରି ଟ୍ରାକ୍ଟର ସାହାଯ୍ୟରେ ନେଇ ବିଭିନ୍ନ ଇଟାଭାଟିରେ ବିକ୍ରିକରି ମାଲେମାଲ ହେଉଛନ୍ତି । ବସ୍ତା ଓ ଜଳେଶ୍ୱର ତହସିଲର ଏହା ସୀମାରେ ଘଟୁଥିବାରୁ ଉଭୟେ ଉଭୟଙ୍କ ଉପରେ ଦୋଶାରୂପ କରୁଛନ୍ତି । ଫଳରେ ସ୍ଥାନୀୟ ବାସୀନ୍ଦାଙ୍କ ମଧ୍ୟରେ ସନ୍ଦେହ ବଡିବଡି ଚାଲିଛି । ଘଟଣାରୁ ପ୍ରକାଶ ଜଳେଶ୍ୱର ତହସିଲ ଅନ୍ତର୍ଗତ କୋଟସାହି ପଂଚାୟତର ସାନ ରାଉତପଡା ଓ କୋଟସାହି ଗ୍ରାମର ସୀମା ବସ୍ତା ତହସିଲର କାଦରାୟାଁ ଓ ରଘୁନାଥପୁର ପଂଚାୟତର ସୀମା (ସୁବର୍ଣ୍ଣରେଖା ନଦିର ଓପରପାଶ୍ୱର୍)ରେ ପ୍ରତ୍ୟେକଦିନ ଏଭଳି ବେଆଇନ୍ ବାଲି ଉତ୍ତୋଳନ ହୋଇ ଆମ୍ବକୁଡୁଚି, ଗିଲାଯୋଡି, ଗାଁ ଦେଇ ବାଲି ଚାଲାଣ ହେଉଛି । ଏ ବାବଦରେ ସ୍ଥାନୀୟ ବାସିନ୍ଦା ଜଳେଶ୍ୱର ତହସିଲଦାର ଓ ବସ୍ତା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ପ୍ରତିକାର ହେଉନାହିଁ । ଫଳରେ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱହାନୀ ହେବା ସହିତ ବାଲିମାଫିଆମାନେ ମାଲେମାଲ ହେଉଛନ୍ତି । ଯଥାଶୀଘ୍ର ଜିଲା ପ୍ରଶାସନ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଅନ୍ଦୋଳନ ହେବ ବୋଲି ଜନସାଧାରଣ ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା