
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର-ରାଇବଣିଆ ଜୀବନରେଖା ଭାବେ ପରିଗଣିତ ଶାନ୍ତିପୁର ରାସ୍ତାର ନବିକରଣ କାର୍ଯ୍ୟ ନିକଟରେ ଶେଷ ହୋଇଛି । କିନ୍ତୁ ଜଳେଶ୍ୱରରୁ ରାଇବଣିଆ ଯାତାୟାତ ଲାଗି ଶିଖରପୁର ସେତୁର ନିର୍ମାଣ କାର୍ଯ୍ୟମଧ୍ୟ ଗତ କିଛିବର୍ଷଧରି ଶେଷ ହୋଇଥିଲେ ମଧ୍ୟ ରାତିରେ ଯାତାୟାତ ଲାଗି ଅସୁବିଧା ସୃଷ୍ଟି ହେଉଥିଲା । ଗତ ରବିବାର ସଂଧ୍ୟାରେ ଏହି ଆଲୋକିକରଣ କାର୍ଯ୍ୟକ୍ରମକୁ ବିଧାୟକ ଅଶ୍ୱିନୀ ପାତ୍ର ଉଦ୍ଘାଟନ କରିଥିବା ବେଳେ ସରପଂଚ ହରେକୃଷ୍ଣ ଗିରି, ସମିତି ସଦସ୍ୟ ଝାଡେଶ୍ୱର ଦାସ, ମାନସ ଜେନା, ପ୍ରତୀପ ପ୍ରଧାନ, ବିଦ୍ୟାଧର ମଲ୍ଲିକ, କାଳିଚରଣ ଦାସ, କିଶୋରଚନ୍ଦ୍ର ଦାସ, ରବି ମିଶ୍ର ବକ୍ତବ୍ୟ ରଖିଥିବା ବେଳେ ମିହିର ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ । ଏଥିରେ ୨୮ଟି ଲାଇଟପୋଷ୍ଟ ଲାଗି ୧୮ଲକ୍ଷ ଟଙ୍କା ଖର୍ଚ୍ଚା ହୋଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି ପରିଡା