ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଶାଢ ସରି ଶ୍ରାବଣର ଅଧାଅଧି ଗଲାଣି । କିନ୍ତୁ ବର୍ଷା ଅଭାବରୁ ଶୁଖିଲା ପଡିଛି ନଦୀ ସୁବର୍ଣ୍ଣ ରେଖା । ଏହାର ସୁଯୋଗରେ ବାଲି ବ୍ୟବସାୟରମାନେ ବେଧଡକ ବାଲି ଉତ୍ତୋଳନରେ ବ୍ୟସ୍ତ । ବର୍ଷା ବଦଳରେ ଝାଇଁ ଝାଇଁ ଖରାରେ ସୁବର୍ଣ୍ଣରେଖା ଗର୍ଭରୁ ଉତ୍ତୋଳନ ହେଉଛି ଶହ ଶହ ଟ୍ରାକ୍ଟରରେ ବାଲି । ଏନ୍ଜିଟିର ଛାଟ, ପ୍ରଶାସନର ଅଂକୁଶ ଏବଂ କେତେକ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ୱେ ବାଲି ଉତ୍ତୋଳନ ବନ୍ଦ ହେଉନାହିଁ । ଆଜିବି ଶହ ଶହ ଟ୍ରାକ୍ଟରେ ବାଲି ଉତ୍ତୋଳନ ହୋଇ ଯାଉଥିବା ବେଳେ କେତେକ ଯୁବକ ବାଲେଶ୍ୱର ଉପଜିଲାପାଳ ଈଶ୍ୱର ଆଶିଷ ପଟେଲଙ୍କୁ ସବିଶେଷ ଜିଓଟେକ୍ ସହାୟତାରେ ଫଟୋ ପଠାଇ ପ୍ରତିକାର ନିମନ୍ତେ ନିବେଦନ କରିଥିଲେ । ଉପଜିଲାପାଳଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ତହସିଲଦାର କ୍ଷିରୋଦ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଗାଡିର କାଗଜ ପତ୍ର ଯାଞ୍ଚ କରି ଫେରିଥିବା ଜଣାପଡିଛି ।
ରିପୋର୍ଟ : ଭୂପତି କୁମାର ପରିଡା