
ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦିରେ ହଠାତ୍ ବନ୍ୟା ଦେଖା ଦେଇଥିବାରୁ ପ୍ରବଳ ସୁଅ ଲାଗି ରହିଛି । ଗୋବରଘଟା- ପ୍ରହରାଜପୁର ନଦୀଘାଟଠାରେ ନାଉରିଆ ଲୋକଙ୍କୁ ପାରି କରିବାଲାଗି ଅମଙ୍ଗ । କିନ୍ତୁ ରାଇବଣିଆ ଅଂଚଳର ଲୋକେ ଜଳେଶ୍ୱରର ହାଟବଜାର, ବ୍ୟାଙ୍କ, ସରକାରୀ ଅଫିସ୍, କୋର୍ଟ, କଚେରୀ ଆସିବାକୁ ଏହି ନୌକାଘାଟହିଁ ଭରସା । ତେଣୁ ଜନସାଧାରଣଙ୍କୁ ପାରି କରିବାଲାଗି ସାଧାରଣ ନୌକା ବଦଳରେ ପାଶ୍ୱାର୍ବୋଡି ଯୋଗାଇ ଦେବାକୁ ସରପଂଚ ସତ୍ୟରଂଜନ ଦାସ, ନଗେନ୍ଦ୍ର ନାଥ ଜେନା, ମୁକୁନ୍ଦ ରଂଜନ ଜେନା, କେଦାର ନାଥ ଜେନା, ସତ୍ୟାନନ୍ଦ ବେହେରା ପ୍ରମୁଖ ବିଡିଓ ଓ ଜିଲାପାଳଙ୍କ ଠାରେ ଦାବି କରିଛନ୍ତି ।
ରିପୋର୍ଟ : ଭୂପତି ପରିଡା