ସୁରଭି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୨ୟ ସ୍ଥାନ ଅଧିକାର କରିଥିବାରୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଅର୍ନ୍ତନିହିତ ଗୁଣକୁ ଜାଗ୍ରତ କରିବା ପାଇଁ ସୁରଭି ଏକ ବଳିଷ୍ଠ ମାଧ୍ୟମ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବର୍ଷ ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତା ଆୟୋଜିତ ହୋଇ ଆସୁଛି । ଚଳିତ ବର୍ଷ ଭୁବନେଶ୍ୱରଠାରେ ଗତ ୧୬ ତାରିଖରେ ହୋଇଥିବା ଚୁଡାନ୍ତ ସୁରଭି ପ୍ରତିଯୋଗିତାରେ ଜଳେଶ୍ୱରର ଶାନ୍ତିଆସ୍ଥିତ ଶ୍ରୀନାଥ ଚନ୍ଦ୍ର ସୀମାନ୍ତ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ର ନିର୍ମଳ ପାତ୍ର ସୃଜନଶୀଳ ଲିଖନ ପ୍ରତିଯୋଗିତାରେ ମୋ ସ୍କୁଲ ଶୀର୍ଷକ ଲେଖି ସମଗ୍ର ରାଜ୍ୟରେ ୨ୟ ସ୍ଥାନ ଅଧିକାର କରି ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶ୍ରୀ ପାତ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟ ପରିଚଳନା କମିଟିର ସଭାପତି ଅରୁଣ କୁମାର ବେଜ, ପ୍ରଧାନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ବାରିକ, ଅଜିତ୍ କୁମାର ନନ୍ଦି, ବଳରାମ ପ୍ରଧାନ, ବିନୋଦ ବିହାରୀ ଡଗର, ହେମନ୍ତ କୁମାର ଦାସ, ବିଦେ୍ଧଶ୍ୱର ପାଳ, ସତ୍ୟନାରାୟଣ ଦାସ, ଗଗନ କୁମାର ବେହେରା, ସମୀର କୁମାର ନନ୍ଦି, ସୁଶାନ୍ତ କର,ଶତୃଘ୍ନ ମହାନ୍ତି, ସନତ କୁମାର କରଣ ପ୍ରମୁଖ ଶିକ୍ଷକ ଓ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ନିଜ ପ୍ରତିକ୍ରିୟାରେ ନିର୍ମଳ ତାଙ୍କୁ ସମ୍ବଦ୍ଧିତ କରାଯାଇଥିବାରୁ କୃତଜ୍ଞତା ଜଣାଇବା ସଂଗେ ସଂଗେ ସେ ନିଜ ଜେଜେ ବାପା ଜୀବନକୃଷ୍ଣ ପାତ୍ରଙ୍କ ଠାରୁ ପ୍ରେରଣା ପାଇ କୃତକାର୍ଯ୍ୟ ହୋଇଥିବା ପ୍ରକାଶ କରିଥିଲେ । ଅନୁରୂପ ଭାବେ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଓଷ୍ଟା ଜଳେଶ୍ୱର ମଣ୍ଡଳ ପକ୍ଷରୁ ସଭାପତି ସୁନିଲ କୁମାର ନାୟକଙ୍କ ପୌରହିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲା ସଂପାଦକ ମନୋରଂଜନ ଦାସ, ଜଳେଶ୍ୱର ମଣ୍ଡଳ ସଂପାଦକ ଡ. ଅଜିତ୍ କୁମାର ମହାନ୍ତି, ସରୋଜ କୁମାର ପାଣିଗ୍ରାହୀ, ହରିପଦ ସିଂହ, କେଶବ ପରିଡା, ରାଇବଣିଆ ସଂପାଦକ ବଂଶୀଧର ବାରିକ ପ୍ରମୁଖ ଉପସ୍ଥିତ ରହି ରାଜ୍ୟସ୍ତରରେ କୃତିତ୍ୱ ଲାଭ କରିଥିବା ନିର୍ମଳ ପାତ୍ରକୁ ଅଭିନନ୍ଦନ ଜଣାଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା